ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସେଵା କାର୍ଯ୍ୟକୁ ପୁରିଲା ୫୨ଵର୍ଷ।

ଓଡ଼ିଶାରେ ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସେଵା କାର୍ଯ୍ୟକୁ ପୁରିଲା ୫୨ଵର୍ଷ। ଏହି ଅବସରରେ କଟକର ଝାଞିରୀମଙ୍ଗଳାସ୍ଥିତ ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।୧୯୭୩ ମସିହାରେ ଓଡ଼ିଶାରେ ପ୍ରଥମେ କଟକର ତଳ ତେଲେଙ୍ଗା ଵଜାରର ଏକ ଛୋଟିଆ ଘରେ ରାଜଯୋଗିନୀ ଵ୍ରହ୍ମାକୁମାରୀ ଡକ୍ଟର କମଳେଶ ଦିଦି ଏହି ଇଶ୍ବରୀୟ ସେଵା ଆରମ୍ଭ କରିଥିଲେ।ତେବେ ବିଶ୍ବରେ ଵ୍ରହ୍ମାକୁମାରୀ ସେଵା ୧୯୩୭ମସିହାରେ ପାକିସ୍ତାନର କରାଚୀ ସହରରେ ପ୍ରଥମେ ଆରମ୍ଭ ହୋଇଥିଲା।ଆଜି ଓଡ଼ିଶାରେ ଏହାର ୫୨ତମ ପ୍ରତିଷ୍ଠା ଦିବସ ପାଳିତ ହେଵା ସହ ଵିଶ୍ବ ବନ୍ଧୁତ୍ବ ଦିବସ ମଧ୍ୟ ପାଳିତ ହୋଇଛି।ଏହା ସହ ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ବରିଷ୍ଠ ସେବାକାରୀ ଦାଦି ପ୍ରକାଶମଣୀଙ୍କର ୧୭ତମ ସ୍ମୃତି ଦିବସ ମଧ୍ୟ ଝାଞିରୀମଙ୍ଗଳା ଵ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟରେ ପାଳିତ ହୋଇଛି। ହାଇକୋର୍ଟ ଵିତାରପତି ଜଷ୍ଟିସ ଶଶିକାନ୍ତ ମିଶ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ଓଡିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଏଣ୍ଡ ରିସର୍ଚ୍ଚର କମ୍ପ୍ରୋଟଲର
ଅଫ୍ ଫାଇନାନ୍ସ ଡକ୍ଟର ମନ୍ମଥ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଵ୍ରହ୍ମାକୁମାରୀ ସେଵାର ମହାନ୍ ଦିଗ ଗୁଡିକ ଉପରେ ଆଲୋକପାତ କରିଥିଲେ।ଗତ ୫୨ଵର୍ଷ ଭିତରେ ଵ୍ରହ୍ମାକୁମାରୀ ଇଶ୍ବରୀୟ ସେଵା ଦ୍ବାରା ଲକ୍ଷାଧିକ ଲୋକଙ୍କ ଚରିତ୍ର ଗଠନ ଓ ସଂସ୍କାର ପରିବର୍ତ୍ତନ ଦ୍ବାରା ସମାଜ ପରିବର୍ତ୍ତନରେ ସହାୟକ ହୋଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି।