ଆଇଏଏସ କୋଚିଂ ସେଣ୍ଟରର ତିନି ଛାତ୍ରଛାତ୍ରୀଙ୍କ ମୃତ୍ୟୁ

ଆଇଏଏସ କୋଚିଂ ସେଣ୍ଟରର ତିନି ଛାତ୍ରଛାତ୍ରୀଙ୍କ ମୃତ୍ୟୁ

ଆଇଏଏସ କୋଚିଂ ସେଣ୍ଟରର ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ । ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି ରାସ୍ତାରେ ପଦର୍ଶକୁ ଓହ୍ଲାଇଲେ ଆଇଏଏସ ଛାତ୍ରଛାତ୍ରୀ । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ରାଜେନ୍ଦ୍ର ନାଗରର ଏକ ଆଇଏଏସ କୋଚିଂ ସେଣ୍ଟରରେ । ସୂଚନା ଅନୁସାରେ, ଗତକାଲି ଦିଲ୍ଲୀରେ ପ୍ରବଳ ବର୍ଷା ହେବା ପରେ ରାଜେନ୍ଦ୍ର ନଗରରେ ଥିବା ଏକ ଆଇଏଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ପାଣି ପଶି ଯାଇଥିଲା । ଏହି ସମୟରେ ସେଠାରେ ଏକ ଲାଇବ୍ରେରୀରେ ଥିବା କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ତିନି ଜଣେ ପାଣିରେ ବୁଡ଼ି ଯାଇଥିଲେ । ଖବର ପାଇ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ଛାତ୍ର ଓ ଦୁଇ ଜଣ ଛାତ୍ରୀ ଅଛନ୍ତି । ପ୍ରବଳ ବର୍ଷା ସାଙ୍ଗକୁ ଡ୍ରେନ୍ ପାଣି କୋଚିଂ ସେଣ୍ଟର ବେସମେଣ୍ଟରେ ପଶିଯିବାରୁ ଏପରି ଏକ ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି । ଏହାକୁ ନେଇ ଛାତ୍ରଛାତ୍ରୀମାନେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  ସେପଟେ ଘଟଣାକୁ ନେଇ ବିଜେପି ଆପକୁ ଦାୟୀ କରି ଥିବାବେଳେ ଦଳ ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ଦିଲ୍ଲୀରେ ଆପର ସରକାର ଥିବାବେଳେ ମ୍ୟୁନିସିପାଲିଟି ମଧ୍ୟ ନିୟନ୍ତ୍ରଣରେ ରହିଛି, ତଥାପି ଡ୍ରେନ୍ ସମସ୍ୟା ଦୂର କରିବାରେ ଆପ୍ ବିଫଳ ହୋଇଛି ବୋଲି କହିଛି ବିଜେପି  । ବ୍ୟୁରୋ ରିପୋର୍ଟ ୟୁବିସି ଓଡିଆ ।