ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱରରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ବର : ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ହଷ୍ଟେଲ ରୁମରୁ ମିଲିଲା ମୃତଦେହ । ମୃତ ଛାତ୍ରଙ୍କ ନାମ ହେଲା ରୁଦ୍ର ନାରାୟଣ ରଣା ବୋଲି ଜଣାପଡିଛି । ଭୁବନେଶ୍ୱର ମଞ୍ଚେଶ୍ବର ଥାନା ଅଞ୍ଚଳର ଘଟଣା ।

ଖବର ଅନୁଯାୟୀ, କେନ୍ଦୁଝର ଅଞ୍ଚଳରେ ରୁଦ୍ର ନାରାଣ ରଣାଙ୍କ  ଘର । ସେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଏକ କଲେଜରେ ରହି ପାଠ ପଢୁଥିଲେ । ହେଲେ ଏବେ ତାଙ୍କ ହଷ୍ଟେଲ୍‌ ରୁମ୍‌ରୁ ମୃତଦେହ ମିଳିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । କିନ୍ତୁ ସିନିୟର ଛାତ୍ରଙ୍କ ରାଗିଂରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଜାରି ରଖିଛି ।