ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ ଆରୁଖ

ଭୁବନେଶ୍ୱର : ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ନିଜର  ବ୍ୟକ୍ତି ଗତ କାରଣରୁ ସେ ଇସ୍ତଫା ଦେଇଛନ୍ତି ବୋଲି ସେ କହିଛନ୍ତି । ସେନିଜର ଉସ୍ତଫା ପତ୍ରକୁ ଉପବାଚସ୍ପତିଙ୍କ ପାଖକୁ ପଠାଇଛନ୍ତି ବୋଲି ସୂଚନା ମିଳିଛି । 

ସେ କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି। ଭବିଷ୍ୟତରେ ଯାହା ଦାୟିତ୍ୱ ମିଳିବ, ତାକୁ ନିର୍ବାହ କରିବି। ଦଳରେ ବା ସରକାରରେ ଯେଉଁ ଦାୟିତ୍ୱ ମିଳିବ, ତୁଲାଇବି। ଗତ ଜୁନ, ୨୦୨୨ ମସିହାରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଏକ ବଡ ପରିବର୍ତ୍ତନ ହୋଇଥିଲା | ସେତେବେଳେ ସବୁମନ୍ତ୍ରୀ ଇସ୍ତଫା ଦେଇଥିଲେ ଓ ବାଚସ୍ପତି ଥିବା ସୂର୍ଯ୍ୟନାରାୟଣ ପାତ୍ର ମଧ୍ୟ ଇସ୍ତଫା ଦେଇଥିଲେ | ଏଥିରେ ଅନେକ ନୂଆ ମୁହଁକୁ ସାମିଲ କରାଯାଇଥିବାବେଳେ ବିକ୍ରମ କେଶରୀଙ୍କୁ ବାଚସ୍ପତି କରାଯାଇଥିଲା | ତେବେ ଆସନ୍ତାକାଲି ଝାରସୁଗୁଡା ଉପନିର୍ବାଚନର ଫଳାଫଳ ଆସିବାକୁ ଥିବାବେଳେ ଆସନ୍ତାକାଲି ଅପରାହ୍ନ ୧ଟା୩୦ରେ ନୂଆଦିଲ୍ଲୀରୁ ଫେରିବେ | ତେବେ ମୁଖ୍ୟମନ୍ତ୍ରୀ ଫେରିବା ପରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି |