ଆମ୍ବ ଗୋଟାଇବା ସାଜିଲା କାଳ, ବଜ୍ରାଘାତରେ ମହିଳା ମୃତ

ଆମ୍ବ ଗୋଟାଇବା ସାଜିଲା କାଳ, ବଜ୍ରାଘାତରେ ମହିଳା ମୃତ

ଆଠଗଡ : ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଘଣ୍ଟପଡା ଗ୍ରାମ । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଘଣ୍ଟପଡା ଗ୍ରାମରେ ବଜ୍ରପାତ ଘଟିଛି ।  ବଜ୍ରାଘାତରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ୬୦ ବର୍ଷ ବୟସ୍କା ପ୍ରମିଳା ମୁଖୀ । ପ୍ରମିଳା ଶୁକ୍ରବାର ସକାଳୁ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିବା ସମୟରେ ହଠାତ ବଜ୍ରପାତ ଘଟି ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ତାଙ୍କୁ ସ୍ଥାନୀୟ ଲୋକେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।