ଡଙ୍ଗା ବୁଡି ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କୋରୁକୋଣ୍ଡା: ଗତ କାଲି ସନ୍ଧ୍ୟା ସମୟରେ ଡଙ୍ଗା ବୁଡି ଘଟଣାରେ ନିଖୋଜ ବ୍ୟକ୍ତିଙ୍କ ମୃତ ଦେହ ଆଜି ସକାଳେ ଅଗ୍ନିସମ କର୍ମଚାରୀ ଖୋଜା ଖୋଜି କରିବା ପରେ ମୃତ ଦେହକୁ ଉଧାର କରିଛନ୍ତି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକର ନାକାମାମୁଡି ପଂଚାୟତ ଅନ୍ତର୍ଗତ ଡାଇକ-୩ ଗ୍ରାମର ତିନିଜଣ ବ୍ୟକ୍ତି ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ଯୋଗେ ମାଛ ଧରିବାକୁ ଯାଇ ଫେରୁଥିବା ବେଳେ ଭିଷଣ ପବନ ଓ ବର୍ଷା ଯୋଗୁଁ ଦେଶୀ ଡଙ୍ଗାଟି ଓଲଟି ଯିବାରୁ ଡଙ୍ଗାରେ ଥିବା ହରି ସଗରିଆ, କୈଳାଶ ନାୟକ ଓ କୃପା ବେନିଆ ପାଣି ମଧ୍ୟକୁ ଖସି ପଡ଼ିଥିଲେ।
ତେବେ ଏମାନଙ୍କ ମଧ୍ୟରୁ ହରି ଓ କୈଳାସ ଦୁଇଜଣ କୌଶଳ କ୍ରମେ ପହଁରି ପହଁରି କୁଳକୁ ପହଂଚିଥିବା ବେଳେ କୃପା ନିଖୋଜ ଥିବା ଜଣାପଡିଛିା ଏ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଖବର ନଥିବା ବେଳେ ଗ୍ରାମବାସୀଙ୍କ ପକ୍ଷରୁ କୃପାକୁ ଖୋଜିବା ପାଇଁ ଉଦ୍ଧାର କାର୍ୟ୍ୟ ଜାରି ରହିଥିଲା। କାଲି ସନ୍ଧ୍ୟା ହୋଇଯିବା ହେତୁ ଉଦ୍ଧାର୍ କାର୍ୟ୍ୟ ବନ୍ଦ ରହିଥିଲା ଆଜି ସକାଳେ କୋରୁକୋଣ୍ଡା ଅଗ୍ନିଶମ ବାହିନୀ ଦ୍ବାରା ଉଧାର କାର୍ୟ୍ୟ ଆରମ୍ଭ କରିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି।