ଜାଣନ୍ତୁ କେଉଁ ଅଭିନେତ୍ରୀ ପାଉଛନ୍ତି ‘ଦାଦା ସାହେବ ଫାଲକେ ପୁରସ୍କାର’

ଜାଣନ୍ତୁ କେଉଁ ଅଭିନେତ୍ରୀ ପାଉଛନ୍ତି ‘ଦାଦା ସାହେବ ଫାଲକେ ପୁରସ୍କାର’

 ପାଉଛନ୍ତି ନୂଆଦିଲ୍ଲୀଘୋଷଣା କରାଯାଇଛି ସର୍ବୋଚ୍ଚ ଫିଲ୍ମ ସମ୍ମାନ ‘ଦାଦା ସାହେବ ଫାଲ୍‌କେ ପୁରସ୍କାର’ର ବିଜେତା। ଏଥର ବିଶିଷ୍ଟ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ମିଳିବ ସର୍ବୋଚ୍ଚ ଫିଲ୍ମ ସମ୍ମାନଦାଦା ସାହେବ ଫାଲକେ ପୁରସ୍କାର ଘୋଷଣା କଲେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର

ଗାଇଡ୍, ପ୍ୟାସା, କାଗଜ୍ କି ଫୁଲ୍, ଚୌଦବି କା ଚାନ୍ଦରେ ୱାହିଦାଙ୍କ ଅଭିନୟ ଦର୍ଶକଙ୍କୁ ବିସ୍ମିତ କରିଥିଲା ଏନେଇ ଟ୍ୱିଟରରେ ୱାହିଦାଙ୍କୁ ଶୁଭେଚ୍ଛା ଜଣାଇବା ସହ ଅନୁରାଗ ଠାକୁର ଲେଖିଛନ୍ତି ଯେ, ଗତ ଦଶନ୍ଧି ଧରି ୱାହିଦା ତାଙ୍କର ଚମତ୍କାର ଅଭିନୟର ଯାଦୁକରୀରେ ସମସ୍ତଙ୍କ ହୃଦୟକୁ ଜିତିନେଇଛନ୍ତି ପୂର୍ବରୁ ପଦ୍ମଶ୍ରୀ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିବା ୱାହିଦାଙ୍କୁ ସର୍ବୋଚ୍ଚ ଫିଲ୍ମ ସମ୍ମାନ ମିଳିବା ଜଣେ ନାରୀର ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ଏକାଗ୍ରତାକୁ ପ୍ରତିପାତିତ କରୁଛି ବୋଲି କହିଛନ୍ତି ଅନୁରାଗ ଠାକୁର