ବଡ଼ଖବର : ୧୦ରେ ବାତ୍ୟା...
ଭୁବନେଶ୍ୱର: ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଆସନ୍ତା ୧୦ ତାରିଖରେ ବାତ୍ୟା ହେବା ନେଇ ସ୍ପଷ୍ଟ କରିଛନ୍ତି ଡ଼ିଜି । ଶ୍ରୀ ମହାପାତ୍ର କହିଛନ୍ତି ଯେ ପୂର୍ବାନୁମାନ ଅନୁଯାୟୀ ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ମଙ୍ଗଳବାର ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୧୦ ତାରିଖ ଅର୍ଥାତ ବୁଧବାର ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ୧୨ ତାରିଖରେ ବାତ୍ୟାର ଗତିପଥ ପରିବର୍ତ୍ତନ ହେବ । ବାତ୍ୟା ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ଗତିପଥ ବଦଳାଇବା ସମ୍ଭାବନା ରହିଛି । ବାତ୍ୟା ଗତିପଥ ବଦଳି ବାଂଲାଦେଶ, ମିଆଁମାର ମୁହାଁ ସମ୍ଭାବନା ରହିଛି । ୧୨ ତାରିଖରେ ବାଂଲାଦେଶ, ମିଆଁମାର ଉପକୂଳ ଛୁଇଁପାରେ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ତେବେ ବର୍ତ୍ତମାନ ସ୍ଥିତିରେ ଓଡ଼ିଶା ପାଇଁ କିଛି ୱାର୍ଣ୍ଣିଂ ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ ଏବେ ଓଡ଼ିଶା ସହ ଅନ୍ୟ ଉପକୂଳ ରାଜ୍ୟ ପାଇଁ କିଛି ୱାର୍ଣ୍ଣିଂ ନାହିଁ । ବର୍ଷା ଓ ପବନ ନେଇ କିଛି ୱାର୍ଣ୍ଣିଂ ନାହିଁ । ଓଡ଼ିଶା, ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶ ପାଇଁ କିଛି ୱାର୍ଣ୍ଣିଂ ନାହିଁ । ତେବେ ଏହା ପଶ୍ଚିମବଙ୍ଗ ଉପକୂଳର କେତେ ନିକଟ ହେଉଛି ତାହା ଆମେ ଦେଖୁଛୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।




admin 