ଦହି, ପେଟ ପାଇଁ ଭଲ

ଭୁବନେଶ୍ୱର : ଦହି ଖାଇବା ପେଟ ପାଇଁ ଭଲ କୁହାଯାଏ । ଏଥିରେ ହଜମ କରିବାପାଇଁ ପ୍ରୋବାୟୋଟି୍ରକସ୍ ରହିଥାଏ । ଖଟା ହେବା ପରେ ଏଥିରେ କାଞି ଓ ଅନ୍ୟ ଖାଦ୍ୟ ତିଆରି କରାଯାଏ । କିନ୍ତୁ ଆପଣ ଖଟା ଦହି ଖାଇ ଅନେକ ଫାଇଦା ହାସଲ କରିପାରନ୍ତି ।
ଲାକଟ୍ରିକ୍ ଏସିଡ଼ ପ୍ରସ୍ତୁତ କରୁଥିବା ବ୍ୟାକ୍ଟିରିଆ ପେଟ ପାଇଁ ଭଲ ହୋଇଥାଏ । ଏହା ସ୍ୱାସ୍ଥ୍ୟ ଠିକ୍ କରିବା ସହ ପେଟ ସଫା ରଖିବାରେ ସାହାଯ୍ୟ କରେ । ପ୍ରୋଟିନ୍ୟୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ବେଳେବେଳେ ପୋଷକ ମିଳେନାହିଁ ।
ଏକ ଟେଷ୍ଟ ଟୁ୍ୟବ୍ ସିଡି ନେଇ ଦେଖାଗଲା ଯେ ଲାକଟ୍ରିକ୍ ଏସିଡ୍ ଓ ପ୍ରୋବାୟୋଟିକ୍ ଆଇରନ ଅବଶୋଷଣ କରିବାରେ ସାହାଯ୍ୟ କରନ୍ତି । ଏଥିରେ ଆଂଟି ଅକ୍ସିଡାଂଟ ଥିବାରୁ ଅଲଜାଇମର୍ , ଡାଇବେଟିସ୍ , କ୍ୟାନସର ଭଳି ରୋଗ ହେଉଥିବା ଫ୍ରିରେଡିକଲସ୍ କୁ ଅଟକାଇଥାନ୍ତି ।
ଖଟା ଦହି ଖାଇବା ଆଗରୁ ଧ୍ୟାନ ରଖନ୍ତୁ ,ଯେମିତି ଏହା ଅଧିକ ଖଟା ନ ହୋଇଥାଏ । ଯାହାକୁ ଖାଇବା ଦ୍ୱାରା ଗଳା ଦରଜ, କାଶ , ପେଟରେ ଜଳ୍ୱନ ଓ ଏସିଡିଟି ଭଳି ଅସୁବିଧା ନ ହୁଏ ।