ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁର୍ବୃତ ଫେରାର
ଦିନ ଦ୍ବିପହରରେ ବିଚ୍ ରାସ୍ତାରେ ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଦୁର୍ବୃତ ଫେରାର। ମହିଳା ଜଣକ ନିଜ ସ୍କୁଟିରେ ବାରଙ୍ଗରୁ ତ୍ରିଶୁଳିଆ ଆସୁଥିବା ବେଳେ ଫୁଲପୋଖରୀ ଛକରେ ଦୁଇଜଣ ଦୁର୍ବୃତ ଏକ ପଲସର ମୋଟରସାଇକେଲ ରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ତ୍ରିଶୁଳିଆ ଆଡ଼କୁ ଫେରାର ହୋଇଯାଇଥିଲେ। ଏନେଇ ବାରଙ୍ଗ ଥାନା ରେ ଅଭିଯୋଗ କରିଛନ୍ତି ଗୋଡିସାହି ନେତା ଅଞ୍ଚଳର ମହିଳା। ଜନଗହଳି ରାସ୍ତା ରେ ଏଭଳି ଲୁଟ୍ କରି ପୋଲିସ୍ କୁ ଖୋଲା ଚାଲେଞ୍ଜ ଦେଉଛନ୍ତି ଦୁର୍ବୃତ।