ଓଡିଶା ମେଡିକାଲ କଲେଜ ଟିଚର୍ସ ଆସୋସିଏସନ ର ବାର୍ଷିକ ସମ୍ମିଳନୀ

ଓଡିଶା ମେଡିକାଲ କଲେଜ ଟିଚର୍ସ ଆସୋସିଏସନ ର ବାର୍ଷିକ ସମ୍ମିଳନୀ

ଓଡିଶା ମେଡିକାଲ କଲେଜ ଟିଚର୍ସ ଆସୋସିଏସନ ର ବାର୍ଷିକ ସମ୍ମିଳନୀ କଟକ ଏସସିବି ମେଡିକାଲ ରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଯୋଗ ଦେଇ ସମସ୍ତଙ୍କୁ କିପରି ଉତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ।ଏହାସହ ସୁସ୍ଥ ଓଡିଶା, ରୋଗମୁକ୍ତ ଓଡିଶା ଗଠନ କରିବାକୁ ଡାକ୍ତର ମାନଙ୍କୁ ପରାମର୍ଶ ଦେଇଥିଲେ।ରାଜ୍ୟ ସରକାର ଙ୍କ ପକ୍ଷରୁ ଆସୋସିଏସନ ର ଯେଉଁ ଦାବି ରହିଛି ତାହାକୁ ପୁରଣ କରିବା ପାଇଁ ସରକାର ବିଚାର କରିବେ ବୋଲି କହିଛନ୍ତି ମନ୍ତ୍ରୀ।ସେହିଭଳି ରାଜ୍ୟରେ 11 ଟି ମେଡିକାଲ କଲେଜ କାର୍ଯ୍ୟ କରୁଥିବା ବେଳେ ଖୁବଶୀଘ୍ର ଆଉ 3 ଟି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ।ସମ୍ମିଳନୀରେ ଆସୋସିଏସନ ର ସଭାପତି ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ସ୍ୱାସ୍ଥ୍ୟସେବା ସହ ଶିକ୍ଷା କୁ ଆସୋସିଏସନ ଗୁରୁତ୍ୱ ପ୍ରଦାନ କରୁଛି ଯାହା ଭବିଷ୍ୟତ ରେ  ମଧ୍ୟ ଜାରୀ ରହିବ।ସମ୍ମିଳନୀରେ DMET ସନ୍ତୋଷ କୁମାର ମିଶ୍ର,ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ର କୁଳପତି ମାନସ ରଞ୍ଜନ ସାହୁ,ଏସସିବି ଅଧକ୍ଷ, ଅଧିକ୍ଷକ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଓମଟା ପକ୍ଷରୁ ପ୍ରକାଶିତ ସ୍ମରଣିକା କୁ ଅତିଥିମାନେ ଉନ୍ମୋଚନ କରିଥିଲେ।