କରୋନାର ନୂଆ ଭାରିଆଣ୍ଟ, ସତର୍କ ରହିବାକୁ କେନ୍ଦ୍ରର ପରାମର୍ଶ
ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ଭାଗରେ କରୋନା ଭୂତାଣୁର କିଛି ନୂଆ ପ୍ରତିରୂପ ଚିହ୍ନଟ ହେବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଥିନେଇ ସତର୍କ ରହିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ସାଂପ୍ରତିକ କରୋନା ସ୍ଥିତି ଉପରେ ସମୀକ୍ଷା କରାଯାଇ ରାଜ୍ୟମାନଙ୍କୁ ସତର୍କ ରହିବାକୁ କୁହାଯାଇଛି। ଟେଷ୍ଟିଂ ଏବଂ ଜିନୋମ ସିକ୍ବେନ୍ସଂ ବଢାଇବା ସହିତ କରୋନାର ନୂଆ ଷ୍ଟ୍ରେନ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।ସମ୍ପ୍ରତି କରୋନା ବିଏ.୨.୮୬ର ନୂଆ ଭ୍ୟାରିଏଣ୍ଟ ଯୋଗୁ ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ତେଣୁ ଏହି ଦିଗ ପ୍ରତି ସଜାଗ ରହିବାକୁ ବୈଠକରେ ପରାମର୍ଶ ଦିଆଯାଇଛି।
ଏହି ବୈଠକରେ ନୀତି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପାଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପିଏମଓ ପରାମର୍ଶଦାତା ଅମିତ ଖାରେ ଏବଂ ସ୍ବାସ୍ଥ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ସଚିବ ବିଶ୍ୱରେ କରୋନା ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ୫୦ ରୁ ଅଧିକ ଦେଶରେ ଏବେ ଇଜି.୫ (ଏରିସ୍) ଭ୍ୟାରିଏଣ୍ଟ ଚିହ୍ନଟ କରାଯାଇଛି। ସେହିପରି କିଛି ଦେଶରେ ବିଏ.୨.୮୬ (ପିରୋଲା) ଭ୍ୟାରିଏଣ୍ଟ ଥିବା ଜଣାପଡ଼ିଥିବା ସେ କହିଛନ୍ତି




admin 