ପୁଣି ବଢ଼ିଲା କରୋନା ମାମଲା,୩ ମୃତ

ପୁଣି ବଢ଼ିଲା କରୋନା ମାମଲା,୩ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିଛି କରୋନା ମାମଲା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭାରତରେ ୯୭ ଦିନ ପରେ ୩୦୦ରୁ ଅଧିକ କରୋନା  ମାମଲା ସାମ୍ନାକୁ ଆସିଛି। ସେହିଭଳି ସକ୍ରିୟ ମାମଲା ବଢ଼ିଯାଇ ଦୁଇ ହଜାର ୬୮୬ ହୋଇଛି।

ସୂଚନା ଅନୁସାରେ, ଦେଶରେ ଗତ ୨୪ ଘଣ୍ଟାରେ ୩୩୪ କରୋନା ସଂକ୍ରିମତ ଚିହ୍ନଟ ହେବା, ପୁଣି ସରକାରଙ୍କ ଚିନ୍ତା ବଢ଼ାଇଛି। ଏହି ସମୟରେ ତିନି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଫଳରେ କରୋନା ପ୍ରାଣ ହରାଇଥିବା ସଂଖ୍ୟା ବଢ଼ିଯାଇ ବର୍ତ୍ତମାନ ୫,୩୦,୭୭୫ ହୋଇଛି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କରେଳରେ ଜଣେ ପ୍ରାଣ ହରାଇଛନ୍ତି। ଦେଶରେ ବର୍ତ୍ତମାନ ଯାଏ ୪.୪୬ କୋଟି ଲୋକ କରୋନା ସଂକ୍ରମିତ ହୋଇ ସାରିଲେଣି।