ସହମତିରେ ଶାରୀରିକ ସମ୍ପର୍କ, ଦୁଷ୍କର୍ମ ନୁହେଁ !
ନୂଆଦିଲ୍ଲୀ: : ସହମତିରେ ଶାରୀରିିକ ସମ୍ପର୍କ ରଖିଥିଲେ ପରବର୍ତ୍ତୀ ସମୟରେ ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ । ଘଟଣାର ୬ ବର୍ଷ ପରେ କୌଣସି ମହିଳା ଏପରି ଅଭିଯୋଗ କରିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟ ବେଙ୍ଗାଲୁରୁର ଜଣେ ମହିଳା ଦାଏର କରିଥିବା ଦୁଇଟି ଅପରାଧିକ ମାମଲା ଖାରଜ କରି ଏପରି କିଛି ରାୟ ଦେଇଛନ୍ତି ।
ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହିତ ୬ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ । ମାମଲା ଉପରେ ଅଭିଯୁକ୍ତ ସବୁକଥା ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିଥିଲେ । ଏହାପରେ କୋର୍ଟ କହିଛନ୍ତି, ୬ ବର୍ଷର ଶାରୀରିକ ସମ୍ପର୍କ ପରେ ୨୦୧୯ ଡିସେମ୍ବର ୨୭ରୁ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ହ୍ରାସ ପାଇ ଆସିଥିଲା । ତେଣୁ, ଏଥିରେ ଦୁଷ୍କର୍ମ କରାଯାଇଥିବା ଭଳି କୌଣସି କଥା ହିଁ ନାହିଁ ।




admin 