କଂଗ୍ରେସ ଟିକେଟ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ

କଂଗ୍ରେସ ଟିକେଟ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର: ନିର୍ବାଚନ ପାଇଁ ଖୁବଶୀଘ୍ର ତାରିଖ ଘୋଷଣା ହେବ । ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି କରୁଛନ୍ତି । ନିର୍ବାଚନ ପାଇଁ ଉଷ୍ମ ହେଲାଣି ରାଜ୍ୟ ରାଜନୀତି । ନିର୍ବାଚନ ଆୟୋଗଙ୍କ ସମୀକ୍ଷା ପରେ ସବୁ ଦଳରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଚାଲିଛି ଟିକେଟ କସରତ୍ ।  ସବୁ ଦଳରେ ଟିକେଟ୍ ଚିନ୍ତା । ଆଶାୟୀଙ୍କ ଲମ୍ବା ତାଲିକା ।ତେବେ ଆସନ୍ତା ମାର୍ଚ୍ଚ ପହିଲାରେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିବ ।

ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ । ପ୍ରଦେଶ ନିର୍ବାଚନ କମିଟି ବୈଠକରେ ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଗୁଆ ଟିକେଟ ପ୍ରଦାନ ପାଇଁ କଂଗ୍ରେସ ପିଇସି କମିଟି ବୈଠକ ବସିଛି । ବୈଠକରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି ।

ଉକ୍ତ ବୈଠକରେ  ଟିକେଟ ପାଇଁ ‘ପ୍ରଗମନ’ ଆପରେ ଆବେଦନ କରିଥିବା ଆଶାୟୀଙ୍କ ବିଷୟରେ ଆଲୋଚନା କରାଯାଇଛି । ‘ପ୍ରଗମନ’ ଆପରେ ବିଧାୟକ ପାଇଁ ୩ହଜାର ଓ ସାଂସଦ ପାଇଁ ୭୦୦ ଜଣ ଆବେଦନ କରିଛନ୍ତି । 

ଅନ୍ୟପକ୍ଷରେ ବିଜେଡି ପୁଣି କ୍ଷମତାକୁ ଆସିବ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଆସିବା ପରେ ବିରୋଧୀ ଚିନ୍ତାରେ ପଡ଼ିଛନ୍ତି । ଆଗୁଆ ଟିକେଟ ବଣ୍ଟନ ପାଇଁ ପ୍ରସ୍ତୁତି କରୁଥିବା କଂଗ୍ରେସକୁ ଦଳଡି଼ିଆଁ ଭୟ ଘାରିଛି। ବିଜେପିରେ ଲାଗିରହିଛି ପ୍ରାର୍ଥୀ ଦ୍ଵନ୍ଦ୍ବ ।   ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।