ରଙ୍ଗର ମହତ୍ତ୍ୱ ଦାମ୍ପତ୍ୟ ଜୀବନରେ
ଦାମ୍ପତ୍ୟ ଜୀବନ ସୁଖମୟ ପାଇଁ ରାଶି ଅନୁଯାୟୀ ଜାଣନ୍ତୁ କେଉଁ ରଙ୍ଗ ପୋଷାକ ମହିଳାଙ୍କ ପାଇଁ ଶୁଭଙ୍କର । ମେଷ ରାଶି ମହିଳାମାନେ ଲାଲ ଓ ଗୋଲ୍ଡେନ ରଙ୍ଗର ପୋଷାକ ଧାରଣ କରିବା ଶୁଭଙ୍କର। ବୃଷ ରାଶିର ମହିଳାମାନେ ସିଲଭର ଓ ଲାଲ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ମିଥୁନର ମହିଳାମାନେ ସବୁଜ ରଙ୍ଗର ଶାଢୀ ଓ ଲାଲ ରଙ୍ଗର ଚୂଡ଼ି ପିନ୍ଧିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହେବା ସହ ହସଖୁସିରେ ଜୀବନ ଅତିବାହିତ ହେବ।
କର୍କଟ ରାଶିର ମହିଳାମାନେ ଲାଲ ରଙ୍ଗରେ ସାମାନ୍ୟ ଧଳା ରଙ୍ଗ, ଓ ରଙ୍ଗବେରଙ୍ଗର ଚୂଡ଼ି ପିନ୍ଧିବା ଶୁଭଙ୍କର। ସିଂହ ରାଶିର ମହିଳାମାନେ ଲାଲ, କମଳା, ଗୋଲାପି, ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିପାରିବେ। ଏହି ରଙ୍ଗର ଶାଢୀ ପିନ୍ଧିଲେ ମହିଳାଙ୍କ ଜୀବନ ସୁଖମୟ ହୋଇଥାଏ। କନ୍ୟା ରାଶିର ମହିଳାମାନେ ଲାଲ ଓ ସବୁଜ ରଙ୍ଗ ମିଶ୍ରିତ କିମ୍ବା ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିପାରିବେ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ମଧୁରତା ଭରିଯାଏ। ତୁଳା ରାଶିର ମହିଳାମାନେ ଲାଲ ଓ ସିଲଭର ରଙ୍ଗ ମିଶ୍ରିତ ଶାଢୀ ପିନ୍ଧିବା ଦ୍ୱାରା ଉଭୟଙ୍କ ମଧ୍ୟରେ ଭଲପାଇବା ସର୍ବଦା ରହିବ।
ବିଛା ରାଶିର ମହିଳାମାନେ ଲାଲ, ମେରୁନ, ଗୋଲ୍ଡେନ ପୋଷାକ ପିନ୍ଧିବା ଉଚିତ। ଏପରି କରିବା ଦ୍ୱାରା ଉଭୟଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇଥାଏ। ଧନୁ ରାଶିର ମହିଳାମାନେ ହଳଦିଆ କିମ୍ବା ଆକାଶୀ ରଙ୍ଗର ଶାଢୀ ପିନ୍ଧିବା ଶୁଭଙ୍କର। ମକର ରାଶିର ମହିଳାମାନେ ଗାଢ ନୀଳ ରଙ୍ଗର ଶାଢୀ ପିନ୍ଧିବା ଶୁଭଙ୍କର। କୁମ୍ଭ ରାଶିର ମହିଳାମାନେ ସିଲଭର ଓ ନୀଳ ରଙ୍ଗ ପୋଷାକ ପିନ୍ଧିବା ଉଚିତ। ଏପରି କରିବା ଦ୍ୱାରା ଗୃହସ୍ଥ ଜୀବନ ସୁଖମୟ ହୋଇଥାଏ। ମୀନ ରାଶିର ମହିଳାମାନେ ଗୋଲ୍ଡେନ ରଙ୍ଗର ପୋଷାକ ପିନ୍ଧିବା ଶୁଭଙ୍କର।




admin 