ମହାନଦୀ ର ଗଭୀର ଜଳରେ ସ୍ଵାଧୀନତା ଦିବସ ପାଳନ

ମହାନଦୀ ର ଗଭୀର ଜଳରେ ସ୍ଵାଧୀନତା ଦିବସ ପାଳନ

ସାରା ଦେଶ ରେ ଆସନ୍ତାକାଲି 77 ତମ ସ୍ବାଧିନତା ଦିବସ ପାଳିତ ହେବ। ତେବେ ଏହି ପବିତ୍ର ଦିନକୁ ମହାନଦୀ ର ପ୍ରଖର ସ୍ରୋତରେ ନିଆରା ଢଙ୍ଗରେ ପାଳିଛନ୍ତି ଜଣାଶୁଣା ସ୍କୁବା ଡାଇଭର ସବୀର ବକ୍ସ ଓ ଉତ୍ତର ପ୍ରଦେଶ ପୋଲିସ ର 24 ଯବାନ। ହାତରେ ତ୍ରିରଙ୍ଗା ଧରି ଦୁଇଟି ବୋର୍ଟରେ ସମସ୍ତେ ନଦୀ ଭିତରେ ଶାନ୍ତି ଓ ମୈତ୍ରୀ ର ବାର୍ତ୍ତା ବାଣ୍ଟିଛନ୍ତି।

ଜଣାଶୁଣା ସ୍କୁବା ଡାଇଭର ସବୀର ବକ୍ସ ଓ ଉତ୍ତର ପ୍ରଦେଶ ପୋଲିସ ର 24 ଜଣ ପ୍ରଶିକ୍ଷିତ ଯବାନ ଆଜି ଦେଶ ର 77  ସ୍ବାଧୀନତା ଦିବସ କଟକ ସିଲଭର ସିଟି ବୋର୍ଟ କ୍ଲବ ପରିସରରେ  ମହାନଦୀ ର ପ୍ରଖର ସ୍ରୋତରେ ପାଳନ କରିଛନ୍ତି। ଏକ ନିଆରା ଢଙ୍ଗରେ ସ୍କୁବା ଡାଇଭର ସବୀର ବକ୍ସ  ଓ ଅନ୍ଯ ମାନେ ହାତରେ ତ୍ରିରଙ୍ଗା ଧରି ପ୍ରଥମେ ମାର୍ଚ୍ଚ ପାଷ୍ଟ କରିଥିଲେ। ଏହା ପରେ ଦୁଇଟି ବୋର୍ଟରେ ନଦୀ ଭିତରକୁ ଯାଇ ପତାକା ହଲାଇ ଶାନ୍ତି ଓ ମୈତ୍ରୀ ର ବାର୍ତ୍ତା ବାଣ୍ଟିଥିଲେ। ପ୍ରାୟ ଅଧଘଣ୍ଟା ଧରି ନଦୀ ଭିତରେ ସେମାନେ ସମସ୍ତେ ପାଳିଥିଲେ ଦେଶ ସ୍ବାଧୀନତା।

ଦେଢ ମାସ ହେବ ଉତ୍ତର ପ୍ରଦେଶ ପ୍ରୋଭିନ୍ସିଆଲ ଆର୍ମ କଣ୍ଟିନଜେଣ୍ଟ ର 24 ଜଣିଆ ଟିମ କଟକରେ ରହି ଗଭୀର ନଦୀରେ ବୁଡି ଉଦ୍ଧାର କାର୍ଯ୍ଯ କିପରି କରି ହେବ ସେ ନେଇ ପ୍ରଶିକ୍ଷଣ ନେଉଛନ୍ତି। ଜଣାଶୁଣା ସ୍କୁବା ଡାଇଭର ସବୀର ବକ୍ସ ଓ ଟିମ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ଆଗରୁ ସେମାନେ ବହୁଥର ସ୍ବାଧୀନତା ଦିବସ ସମାରୋହରେ ସାମିଲ ହୋଇ ଥିଲେ ସୁଦ୍ଧା, ମହାନଦୀ ରେ ଏହି ପାଳନ ସ୍ବତନ୍ତ୍ର ବୋଲି ଉତ୍ତର ପ୍ରଦେଶ ରୁ ଆସିଥିବା ଯବାନ କହିଛନ୍ତି।

ମହାନଦୀ ର ଜଳ ରାଶିରେ ସ୍ବାଧୀନତା ଦିବସ ପାଳନକୁ ଅତି ଉତ୍ସାହ ର ସହ ଦେଖିଥିଲେ ଉପସ୍ଥିତ ଦର୍ଶକ।