ସିବିଏସଇ: ଏହି ୱେବସାଇଟରେ ଦେଖନ୍ତୁ ଆପଣଙ୍କ ରେଜଲ୍ଟ...

ସିବିଏସଇ: ଏହି ୱେବସାଇଟରେ ଦେଖନ୍ତୁ ଆପଣଙ୍କ ରେଜଲ୍ଟ...

 

ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ ।  ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇଛି । ତେବେ ମୋଟ ପାସହାର ୮୭.୩୩ ପ୍ରତିଶତ ରହିଛି । ଯାହା ଗତ ବର୍ଷ ଅପେକ୍ଷା ଏହା କମ ବୋଲି ଜଣାଯାଇଛି । ଗତବର୍ଷ ମୋଟ ପାସହାର ୯୨.୭୧ ପ୍ରତିଶତ ରହିଥିଲା ।  ତେବେ ୯୯.୯୧ ପ୍ରତିଶତ ପାସହାର ସହ ଥିରୁବନନ୍ତପୁରମ ରିଜିଅନ ଶୀର୍ଷରେ ଥିବା ଜଣାଯାଇଛି ।  ଛାତ୍ରଛାତ୍ରୀମାନେ www.cbse.nic.in, www.cbseresult.nic.in ଏବଂ www.digilocker.gov.in ରେ ଲଗ୍‌ଇନ୍‌ କରି ରେଜଲ୍ଟ ଦେଖିପାରିବେ ।

ଛାତ୍ରଛାତ୍ରୀମାନେ ରୋଲ୍‌ ନମ୍ବର, ସ୍କୁଲ୍‌ ନମ୍ବର, ଜନ୍ମ ତାରିଖକୁ ବ୍ୟବହାର କରି ରେଜଲ୍ଟ ଦେଖିପାରିବେ । ଏହି ୱେବ୍‌ସାଇଟ୍‌ମାନଙ୍କରୁ ମାର୍କସିଟ୍‌ ମଧ୍ୟ ଡାଉନ୍‌ଲୋଡ୍‌ କରିପାରିବେ । ଚଳିତବର୍ଷ ଦେଶରେ ୩୮ଲକ୍ଷ୮୩ହଜାର ୭୧୦ଜଣ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ସିବିଏସ୍‌ଇ ବୋର୍ଡ ପରୀକ୍ଷା ଦେଇଛନ୍ତି ।