ସାଂସଦଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ
ଉମରକୋଟ : ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଉମରକୋଟ ନିକଟସ୍ଥ ଦୁର୍ଗାଗୁଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ସାଂସଦ ସାମାନ୍ୟ ଆହତ ହୋଇଛନ୍ତି ।
ଦିଲ୍ଲୀରେ ସଂସଦ ଅଧିବେଶନ ସାରି ନିଜ ଘରକୁ ଫେରୁଥିଲେ । ବିଳମ୍ବିତ ରାତିରେ ଘରକୁ ଆସୁଥିବା ସମୟରେ ହଠାତ୍ ଗାଡିର ଚକା ଫାଟି ଯାଇଥିଲା । ଯାହାଫଳରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗାତ ଭିତରକୁ ପଶି ଯାଇଥିଲା । ଗାଡିରେ ଥିବା ସାଂସଦ ରମେଶ ଚନ୍ଦ୍ର ମାଝି ସାମାନ୍ୟ ଆହତ ହୋଇଥିଲେ । ଏହାପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଲାଗି ନିକଟସ୍ଥ ମେଡିକାଲକୁ ପଠାଯାଇଥିଲେ । ସେଠାରେ ଚିକିତ୍ସା ପରେ ସାଂସଦ ଘରକୁ ଫେରିଛନ୍ତି ।




