ଘିଅ ଅସଲି କି ନକଲି ଜାଣିବେ କିପରି? ଜାଣନ୍ତୁ ସହଜ ଉପାୟ

ଘିଅ ଅସଲି କି ନକଲି ଜାଣିବେ କିପରି? ଜାଣନ୍ତୁ ସହଜ ଉପାୟ

ବଜାରରେ ନକଲି ସାମଗ୍ରୀ ବିକ୍ରୟ ମଧ୍ୟରେ ଗ୍ରାହକ ଏବେ ଚିନ୍ତାରେ। କେଉଁ ସାମଗ୍ରୀ କିଣିବେ, କେଉଁଟା ନୁହେଁ ସେଥିପାଇଁ ଦ୍ୱନ୍ଦ୍ୱରେ ପଡିଛନ୍ତି ଗ୍ରାହକ। 'ଘିଅ କେବେ ନଷ୍ଟ ହୁଏନି' ବୋଲି ଏକ ପ୍ରଚଳିତ ଭାବନା ଅଛି, ତଥାପି ବର୍ତ୍ତମାନ ସମୟରେ ଲୋକେ ଘିଅ କିଣିବା ବେଳେ ଦି' ଥର ଭାବୁଛନ୍ତି। କାରଣ ବଜାରରେ ଏବେ ଅପମିଶ୍ରିତ ଘିଅ ମିଳୁଛି, ଯାହା ଅବିକଳ ଅସଲି ଘିଅ ପରି।

ଏପରି ସ୍ଥିତିରେ କେଉଁଟା ଅସଲି ଘିଅ ଓ କେଉଁଟା ନକଲି ଜାଣିବେ କିପରି। ଆଜିର ଏହି ଆଲେଖ୍ୟରେ ଆମେ ଆପଣଙ୍କୁ କେତୋଟି ଉପାୟ ବତାଇବୁ, ଯାହାକୁ ପ୍ରୟୋଗ କରି ନକଲିଠୁ ଦୂରେଇ ପାରିବେ... 

ପାପୁଲିରେ ଏକ ଚାମଚ ଘିଅ ନେଇ ଭଲ ଭାବରେ ଘଷନ୍ତୁ। ଯଦି ଘିଅ ତରଳି ଆଉଛି, ତେବେ ଜାଣନ୍ତୁ ଯେ ଏହା ଶୁଦ୍ଧ। ଯଦି ପାପୁଲିରେ କୌଣସି କଠିନ ଖଣ୍ଡ ପାଉଛନ୍ତି, ତେବେ ବୁଝିନିଅନ୍ତୁ ଘିଅରେ କୌଣସି ଯୌଗିକ ନିଶ୍ଚୟ ମିଶିଛି।  

ଏକ ଚାମଚ ଘିଅ ନିଅନ୍ତୁ, ଏହାକୁ ଗରମ କରନ୍ତୁ। ସମ୍ପୂର୍ଣ୍ଣ ରୂପେ ତରଳିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ଯଦି ଏହା ସମ୍ପୂର୍ଣ୍ଣ ରୂପେ ତରଳି ବାଦାମୀ ରଙ୍ଗର ହୋଇଯାଉଛି, ତେବେ ଶୁଦ୍ଧ ବୋଲି ଧରି ନିଅନ୍ତୁ। ଆଉ ଯଦି ଘିଅ ତରଳିବାକୁ ଅଧିକ ସମୟ ନିଏ ଏବଂ ହଳଦୀଆ ରଙ୍ଗ ଦେଖାଯାଏ, ତେବେ ନକଲି ବୋଲି ଜାଣିରଖନ୍ତୁ।


ଘିଅର ଶୁଦ୍ଧତା ପରୀକ୍ଷା କରିବାର ଆଉ ଏକ ସରଳ ଉପାୟ ହେଉଛି ଏହାକୁ ଏକ ସ୍ୱଚ୍ଛ ବୋତଲକୁ ସ୍ଥାନାନ୍ତର କରିବା ଏବଂ ଏଥିରେ କିଛି ଚିନି ମିଶାଇବା। ପ୍ରଥମେ ଏକ ବୋତଲରେ କିଛି ଘିଅ ନିଅନ୍ତୁ ଏବଂ ଏଥିରେ ଚିନି ପକାନ୍ତୁ। ଏହାପରେ ଠିପି ବନ୍ଦ କରି ଭଲ ଭାବେ ଫେଣ୍ଟି ଦିଅନ୍ତୁ। କିଛି ସମୟ ବ୍ୟବଧାନ ପରେ ଯଦି ବୋତଲ ତଳେ କୌଣସି ଲାଲ୍ ରଙ୍ଗର ଜମାଟ ଦେଖୁଛନ୍ତି, ତେବେ ଏହା ଅପମିଶ୍ରିତ ହୋଇଛି।