କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା?

ନୂଆଦିଲ୍ଲୀ: ଆସିଲା ଅନ୍ତରୀଣ ବଜେଟ୍ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଉପସ୍ଥାପନ ବେଳେ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମର ପ୍ରଂଶସା କରିବା ସହିତ ଆଗାମୀ ଜୁଲାଇ ମାସରେ ତାଙ୍କ ସରକାର ପୂର୍ଣ୍ଣ ବଜେଟ୍ ସହିତ ବିକଶିତ ଭାରତର ରୋଡମ୍ୟାପ୍ ପ୍ରସ୍ତୁତ କରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏଥର ଅନ୍ତରୀଣ ବଜେଟରେ କେଉଁ ମନ୍ତ୍ରାଳୟକୁ ମିଳିଲା କେତେ ଟଙ୍କା ଜାଣନ୍ତୁ
ପ୍ରତିରକ୍ଷା ମନ୍ତ୍ରାଳୟ – ୬.୨ ଲକ୍ଷ କୋଟି
ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ – ୨.୭୮ ଲକ୍ଷ କୋଟି
ରେଳ ମନ୍ତ୍ରାଳୟ – ୨.୫୫ ଲକ୍ଷ କୋଟି
ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ – ୨.୧୩ ଲକ୍ଷ କୋଟି
ଗୃହ ମନ୍ତ୍ରାଳୟ – ୨.୦୩ ଲକ୍ଷ କୋଟି
ଗ୍ରାମୀଣ ବିକାଶ ମନ୍ତ୍ରାଳୟ – ୧.୭୭ ଲକ୍ଷ କୋଟି
ରସାୟନ ଏବଂ ଉର୍ବରକ ମନ୍ତ୍ରାଳୟ – ୧.୬୮ ଲକ୍ଷ କୋଟି
ସୂଚନା ମନ୍ତ୍ରାଳୟ – ୧.୩୭ ଲକ୍ଷ କୋଟି
କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ – ୧.୨୭ ଲକ୍ଷ କୋଟି