ସୁପରସୋନିକ୍‌ ବ୍ରହ୍ମୋସର ସଫଳ ପରୀକ୍ଷଣ

ସୁପରସୋନିକ୍‌ ବ୍ରହ୍ମୋସର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ସଫଳ ହୋଇଛି ବ୍ରହ୍ମୋସ ମିଶାଇଲ୍‌ର ପରୀକ୍ଷଣ। ସମୁଦ୍ର ମଧ୍ୟରେ ଆଇଏନଏସ ଇମ୍ପାଲରୁ ସୁପରସୋନିକ ବ୍ରହ୍ମୋସ ମିଶାଇଲର ସଫଳ ପରୀକ୍ଷଣ ନୌସେନାର ଯୁଦ୍ଧପୋତରେ ସାମିଲ ହେବା ପୂର୍ବରୁ ଏହାର ପରୀକ୍ଷଣ ସଫଳ ହୋଇଛି ସମୁଦ୍ର ମଧ୍ୟରେ ହିଁ ଏହି ସୁପରସୋନିକ ମିଶାଇଲ ନିଜର ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ଏଥିରୁ ଶତ୍ରୁରାଷ୍ଟ୍ର ବର୍ତିବା କଷ୍ଟକର ବୋଲି ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଚଳିତବର୍ଷ ଶେଷ ଆଡକୁ ଏହି ମିଶାଇଲ ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଛି ଏହି ମିଶାଇଲ ଭାରତୀୟ ଯୁଦ୍ଧପୋତରେ ମୁତୟନ ହେଲେ ନୌସେନାର ଶକ୍ତି ବୃଦ୍ଧି ହେବା ସହିତ ଶତ୍ରୁପକ୍ଷଙ୍କ ନିଦ ହଜାଇବାରେ ସକ୍ଷମ ହେବ