ସୀମା ବିବାଦ: ଓଡିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡିଓ

ସୀମା ବିବାଦ: ଓଡିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡିଓ

ଭୁବନେଶ୍ୱର:  ଓଡ଼ିଆ ଫଳକ ଓପାଡିଦେଲେ ଆନ୍ଧ୍ର ବିଡ଼ିଓ । ଓଡ଼ିଶା-ଆନ୍ଧ୍ର ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । କୋରାପୁଟ ଲମତାପୁଟ ବ୍ଲକ ଜଲାପୁଟ ଜଳଭଣ୍ଡାର ନିକଟ ଅଲବା ଗାଁରେ ଲାଗିଥିବା ଫଳକକୁ ନେଇ ବିବାଦ ଆରମ୍ଭ ହୋଇଛି ।

ବହୁ ବର୍ଷ ତଳେ ଜଳଭଣ୍ଡାର ଉପରେ କୌଣସି ଭାରିଯାନ ଚଳାଚଳ କରିବ ନାହିଁ ବୋଲି ଦୁଇଟି ଫଳକ ଲଗାଇଯାଥିଲା । ଗୋଟିଏ ଫଳକକୁ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ପକ୍ଷରୁ ଲଗାଯାଇଥିଲା । ଆଉ ଏକ ଫଳକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ଲଗାଯାଇଥିଲା । ସେତେବେଳେ ଆନ୍ଧ୍ର ପକ୍ଷରୁ କୌଣସି ବିଧରୋଧ ହୋଇନଥିଲା । ହେଲେ ଗତ ଗୁରୁବାର ଦିନ ଜଲାପୁଟ ସୀମାକୁ ଆସିଥିଲେ ଆନ୍ଧ୍ର ଅଧିକାରୀ । ଜଳଭଣ୍ଡାର ଠାରୁ ଅଳ୍ପ ଦୂରରେ ରହିଥିବା ଆଲବ ଗାଁକୁ ଯାଇଥିଲେ । ଏହି ସମୟରେ ଓଡ଼ିଶା ପକ୍ଷରୁ ଲଗାଯାଇଥିବା ଫଳକକୁ ଦେଖି ବିରକ୍ତ ପ୍ରକାଶ କରିଥିଲେ । ବିନା ଆଲୋଚନାରେ ଓଡ଼ିଆ ଫଳକକୁ ଓପାଡି ପକାଇ ଦେଇଥିଲେ । ଏହାକୁ ନେଇ ଏବେ ନୂଆ ବିବାଦ ସୃଷ୍ଟି ହୋଇଛି ।