ସିଲଭର ସିଟିରେ ଫୁଟିଲା ବୋମା
କଟକ ସୁଭଦ୍ରାପୁର ଅଞ୍ଚଳରେ ବୋମାମାଡ଼ । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ । ଏଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ପୂର୍ବ ଶତୃତାକୁ ନେଇ ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । କଟକ ସଦର ଥାନା ସୁଭଦ୍ରାପୁର ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୁଚନା ଅନୁସାରେ, ସୁଭଦ୍ରାପୁର ଅଞ୍ଚଳର ବାଉଁଶ ବ୍ୟବସାୟୀ ଅଜୟ ସାହୁଙ୍କ ଘରକୁ କିଛି ଦୁର୍ବୃତ୍ତ ଶୁକ୍ରବାର ବିଳମ୍ୱିତ ରାତିରେ ବୋମାମାଡ଼ କରିଥିଲେ । ବୋମା ଫୁଟିବା ଶବ୍ଦ ଶୁଣି ଅଜୟ ସାହୁ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚଦନ୍ତ ଆରମ୍ଭ କରିଛି । ତେବେ ଏହି ବୋମାମାଡ଼ ପୂର୍ବ ଶତୃତାକୁ ନେଇ କରାଯାଇଥିବା ସନ୍ଦେହ କରାଯାଉଛି ।




