ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

black flag to minister

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ମାଲକାନଗିରି : ମାଲକାନଗିରି ଗସ୍ତ ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଂଗ୍ରେସ ଦଳ ପକ୍ଷରୁ କଳା ପତାକା ପ୍ରଦର୍ଶନ। ଏହା ସହ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ରୋହିତ ପୂଜାରୀ ଗୋ ବ୍ୟାକ୍, ଗୋ ବ୍ୟାକ୍‌ର ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ କଂଗ୍ରେସ କର୍ମୀ ।ମାଲକାନଗିରି କଳା ଓ ବାଣିଜ୍ୟ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେବା ଲାଗି ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ହେଲିକେପ୍ଟର ଯୋଗେ ଏମ.ଭି-୩ ବିଏସଏଫ କ୍ୟାମ୍ପରେ ପହଞ୍ଚିଥିଲେ। ସେଠାରୁ ଏକ କାରରେ ସର୍କିଟ୍ ହାଉସ୍ ଯାଇଥିବା ବେଳେ ତାଙ୍କୁ ଯୁବ କଂଗ୍ରେସ କର୍ମୀମାନେ କଳା ପତାକା ପ୍ରଦର୍ଶନ କରିବା ସହତ ଗୋ ବ୍ୟାକ୍ ନାରାବାଜି କରିଥିଲେ। ତେବେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ କିମ୍ବା ବିଜେଡି ଦଳ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।