ଭୁବନେଶ୍ବର ଏମ୍ସରେ ସିକ୍ୟୁରିଟି ଗାର୍ଡ-ଅଫିସର ଖଣ୍ଡଯୁଦ୍ଧ

ଭୁବନେଶ୍ବର: ଏମ୍ସ ମେଡିକାଲ୍ ପରିସରରେ ସିକ୍ୟୁରିଟି ଗାର୍ଡ ଏବଂ ସିକ୍ୟୁରିଟି ଅଫିସର୍ ଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ । ଦୀର୍ଘ ଦିନ ହେବ ଲାଗିରହିଥିବା ଅସନ୍ତୋଷ ଶେଷରେ ଉଗ୍ର ରୂପ ନେଇଥିଲା।
ଭୁବନେଶ୍ବର ଏମ୍ସ ମେଡିକାଲ୍ ରେ ଦୀର୍ଘବର୍ଷ ହେବ ସିକ୍ୟୁରିଟି ସଂସ୍ଥାରେ କାର୍ୟ୍ୟରତ ସିକ୍ୟୁରିଟି ଗାର୍ଡ ମାନେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅଶାଳୀନ ଓ ବିଶୃଙ୍ଖଳିତ ବ୍ୟବହାର କରୁଥିବା ଅଭିଯୋଗ ହେଥିଲା । ଏହାପରେ ସିକ୍ୟୁରିଟି ଗାର୍ଡଙ୍କ ଶିକ୍ଷା ଗତ ଯୋଗ୍ୟତା ଯାଞ୍ଚ୍ ଓ ଭେରିଫିକେଶନ ପାଇଁ ଦଶମ ବୋର୍ଡ ସାର୍ଟିଫିକେଟ ମଗାଯାଇଥିଲା ।
ସେପଟେ ମାନସିକ ନିର୍ୟାତନା ଦେବା ସହ ଚାକିରୀ ନିୟମିତ କରାଯାଉନଥିବା ଅଭିଯୋଗ ଆଣିଛନ୍ତି ସିକ୍ୟୁରିଟି ଗାର୍ଡ ମାନେ। ଓରିଜିନାଲ ସାର୍ଟିଫିକେଟ ଦେବା ନେଇ ପ୍ରଥମେ ବଚସା ହୋଇଥିଲା । ପରେ ମାରପିଟ ଯୋଗୁ ୪ଜଣ ଆହତ ହୋଇଥିଲେ । ଘଟଣା ନେଇ ପାଖାପାଖି ଶହେ ଜଣ ସିକ୍ୟୁରିଟି ଗାର୍ଡ ଥାନା ଆଗରେ ଧାରଣା ଦେବା ସହ ଲିଖିତ ଅଭିଯୋଗ କରିଥିଲେ । ସେପଟେ ଫିଲ୍ଡ ଅଫିସର୍ ମଧ୍ୟ ଅଭିଯୋଗ କରିଥିଲେ।