ନିର୍ମାଣ କାର୍ଯ୍ୟର ଅଫିସିଆଲ୍ ରିଭ୍ୟୁ କରିଛନ୍ତି ବିଧାୟିକା ସୋଫିଆ ଫିରଦୋସ

ବାରବାଟି କଟକ ନିର୍ବାଚନ ମଣ୍ଡଳୀ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟର ଅଫିସିଆଲ୍ ରିଭ୍ୟୁ କରିଛନ୍ତି ବିଧାୟିକା ସୋଫିଆ ଫିରଦୋସ। ସର୍କିଟ ହାଉସ ଠାରେ ଆୟୋଜିତ ଏହି ରିଭ୍ୟୁ ବୈଠକ ରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି ବିଧାୟିକା । ବର୍ତ୍ତମାନ ସମୟରେ ଚାଲିଥିବା ନିର୍ମାଣ କାର୍ଯ୍ୟ ର କଣ ସ୍ଥିତି ରହିଛି ,କେଉଁ ଠିକା ସଂସ୍ଥା କାର୍ଯ୍ୟ କରୁଛନ୍ତି ଓ ନିର୍ମାଣ ଅବଧି କେତେ ମାସ ରହିଛି ତାହା ପଚାରି ବୁଝିଥିଲେ। ଏହି ସମୟରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ ମାନେ କାର୍ଯ୍ୟର ନକ୍ସା ମଧ୍ୟ ବିଧାୟିକା ଙ୍କୁ ଦେଖାଇଥିଲେ। ବିଶେଷ କରି ଶିଶୁ ଭବନ, ଚହଟା ନଦୀବନ୍ଧ ଓ ଅନ୍ୟ ନିର୍ମାଣାଧୀନ ପ୍ରକଳ୍ପ ଉପରେ ସବିଶେଷ ଆଲୋଚନା ହୋଇଥିବା କଥା କହିଛନ୍ତି ବିଧାୟିକା ସୋଫିଆ ଫିରଦୋସ୍।