କଟକ ରେ ନକଲି ଚା

ପୁଣି କଟକ ନକଲି ଚା ସକ୍ରିୟ। ପୂର୍ବରୁ କଟକ ମାଲଗୋଦାମ ସହିତ ଏହାର ଆଖପାଖରେ ଅନେକ ନକଲି ଜିନିଷ ଜବତ ହେବା ସହିତ ଅନେକ କାରବରି ଗିରଫ ମଧ୍ଯ ହୋଇଥିବାର ନଜିର ଆସିଛି କିନ୍ତୁ ଆଜି ଜଗତପୁର ୪୧ ନମ୍ବର ୱାଡ଼ ରେ ପୁଣି ଏକ ନକଲି ଚା କଂପାନୀ ଠାବ ହୋଇଥିବା ଦେଖିବାକୁ ମିଳିଛି
ଆଳୁ ଖୋଳୁ ଖୋଳୁ ମହାଦେବ ମହାଦେବ ବାହାରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତପୁର ଅଞ୍ଚଳରେ। ପୁଣି ନକଲି ଟାଟା ଚା କମ୍ପାନୀ ଠାବ କରାଯାଇଛି । ସୂଚନା ଅନୁସାରେ ଦୀର୍ଘ ଦିନଧରି ଜଗତପୁର ଲକ୍ଷଣ ପୁର କେନାଲ ବନ୍ଧ ରେ ଏକ ନିର୍ଜନ ସ୍ଥାନରେ ଗୋଟିଏ ଘରେ ଚାଲିଥିଲା ଟାଟା କମ୍ପାନୀ ନାମରେ ନକଲି ପ୍ୟାକିଙ୍ଗ। ସେପଟେ ଆଜି ଜଗତପୁର ୪୮ ନମ୍ବର ଓ୍ବାର୍ଡ ରେ ସି ଏମ ସି ଏନ୍ ଫୋର୍ସ ମେଣ୍ଟ ଟିମ୍ ଦ୍ବାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ବେଳେ ଖୋଲିଥିଲା ଏହି ନକଲି କଂପାନୀ ର ଏହି ନକଲି କଂପାନୀ ର ରହସ୍ୟ । ପୂର୍ବରୁ ଖାଇବା ତେଲ, ମସଲା, ଅମୂଲ, ସର୍ଫ, ଘିଅ, ଧୂପକାଟି, ଭଳି ଅନେକ ଜିନିଷ ନକଲି ଜିନିଷ ଜବତ ହୋଇଛି କିନ୍ତୁ ଏବେ ପ୍ରଥମ ଥର ଚା ପତି ନକଲି ବାହାରିବା ସମସ୍ତଙ୍କୁ ଚକିତ କରିଛି ।
ସରକାରୀ ଜାଗାରେ ବେଆଇନ ଘର ନିର୍ମାଣ କରି ଚାଲିଥିଲା ଏହି ନକଲି କାରବାର ତାହା ପୁଣି ରାସ୍ତା କଡ଼ରେ କିଭଳି ଏହି ବିଷୟରେ କେହି ଜାଣିପାରିଲେନାହିଁ ତାହା ଉପରେ ଲାଗିଛି ପ୍ରଶ୍ନବାଚୀ ଏହା କିଏ କରିଥିଲା ଏବଂ କାହା ମାଲିକାନାରେ ଚାଲିଥିଲା ତାହା ଜଣାପଡ଼ିନାହିଁ। କିନ୍ତୁ cmc ଏନ୍ ଫୋର୍ସ ମେଣ୍ଟ ଟିମ୍ ନକଲି ଚା ଓ ମେସିନ୍ ସହ କଞ୍ଚା ମାଲ୍ ଜବତ କରି cmc ସ୍ୱାସ୍ଥ୍ୟ ବିଭାଗ କୁ ହସ୍ତାନ୍ତର କରିଛି ଏହି ଘଟଣାରେ cmc ସ୍ୱାସ୍ଥ୍ୟ ବିଭାଗ ଜଗତପୁର ଥାନାରେ ଏକ ମାମଲା ଦେବ ବୋଲି କହିଛନ୍ତି ଅଧିକାରୀ
ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀ ର ଚା ପତି , ଗୋଟିଏ ମିକ୍ସ ଓ ପ୍ୟାକିଙ୍ଗ ମେସିନ , ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ୟାଣ୍ଡ ର ପ୍ୟକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା ଏବେ ଏହି ସବୁ ଜିନିଷ ନିଜ ହେପାଜତକୁ ନେଇଛି cmc