ଖାଲି ପେଟରେ କଦଳୀ ଖାଉଛନ୍ତି କି ...

କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଅନେକ ପୋଷକ ତତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରରେ କ୍ଷୁଧା ନିବାରଣ କରିଥାଏ ଏବଂ ଚର୍ବି କମ୍ କରିଥାଏ । କାରଣ ଏଥିରେ ସ୍ୱାସ୍ଥ୍ୟକର ଫ୍ୟାଟ୍ ଥାଏ ଯାହା ଆମ ଶରୀରରେ ଜମିନଥାଏ ଏବଂ ଓଜନ ବଢାଇଥାଏ କିନ୍ତୁ ମେଦବହୁଳତାକୁ କମ୍ କରିଥାଏ । ବାସ୍ ଏହାକୁ ଖାଇବାର ଠିକ୍ ଉପାୟ ଏବଂ ସମୟ ଜଣାଥିବା ଆବଶ୍ୟକ । ଅଧିକାଂଶ ଲୋକେ ସକାଳେ ଅଫିସ୍ ଯିବାବେଳେ ଖାଲି ପେଟରେ କଦଳୀ ଖାଇ ଦେଇଥାନ୍ତି ।
ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ କଦଳୀ ଖାଇବା ଅନୁଚିତ୍ ।
କଦଳୀରେ ପୋଟାସିୟମ୍,ଫାଇବର ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ଥାଏ । ଏହା ସହ କଦଳୀ ଏସିଡଯୁକ୍ତ ହୋଇଥାଏ ଏବଂ ବିଶେଷଜ୍ଞମାନେ କହିଥାନ୍ତି ଯେ ଖାଲି ପେଟରେ ଏସିଡଯୁକ୍ତ ଖାଦ୍ୟ ପଦାର୍ଥ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ । ଏଥିପାଇଁ ଖାଲି ପେଟରେ ଜମା କଦଳୀ ଖାଆନ୍ତୁ ନାହିଁ । କଦଳୀରେ ପୋଟାସିୟମ ଏବଂ ମ୍ୟାଗ୍ନେସିୟମ୍ ଅଧିକ ମାତ୍ରାରେ ଥାଏ ଏଥିପାଇଁ ଯଦି ଖାଲି ପେଟରେ ଏହା ସେବନ କରାଯାଏ ତେବେ ରକ୍ତରେ ଏହି ଦୁଇଟି ପୋଷକ ତତ୍ୱର ବହୁଳତା ହୋଇପାରେ, ଯାହା ଦ୍ୱାରା ହୃଦ୍ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ ।
କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଦିନସାରା ଶକ୍ତି ମିଳିବ କିନ୍ତୁ ଖାଲି ପେଟରେ ଖାଇବା ଅନୁଚିତ୍ କାରଣ ଖାଲି ପେଟରେ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ତୁରନ୍ତ ଶକ୍ତି ମିଳିବ କିନ୍ତୁ ଏହା ଅସ୍ଥାୟୀ ହେବ । ଆପଣଙ୍କୁ ଖୁବ୍ ଶୀଘ୍ର ଥକ୍କାପଣ ଏବଂ ଆଳସ୍ୟ ଅନୁଭବ ହେବ ଏବଂ ପୁଣି ଥରେ ଭୋକ ଲାଗିବ । ଏହାପରେ ଆପଣଙ୍କୁ ଓଭରଇଟିଂ ସମସ୍ୟା ମଧ୍ୟ ହୋଇପାରେ । ଆପଣ ସକାଳେ ଜଳଖିଆରେ କଦଳୀ ସାମିଲ କରନ୍ତୁ,କିନ୍ତୁ ଖାଲି ପେଟରେ ଜମା ଖାଆନ୍ତୁ ନାହିଁ । ଅଧିକାଂଶ ଲୋକେ ରାତିରେ ଶୋଇବା ପୂର୍ବରୁ କଦଳୀ ଖାଇଥାନ୍ତି କିନ୍ତୁ ଏପରି କରିବା ଅନୁଚିତ୍ କାରଣ ରାତିରେ କଦଳୀ ଖାଇବା ଦ୍ୱାରା ଆପଣ ରୋଗରେ ପଡି ପାରନ୍ତି ।ଏହା ଦ୍ୱାରା ଆପଣଙ୍କୁ କାଶ ହୋଇପାରେ ।