କେଉଁ ଅଟା ସ୍ୱାସ୍ଥ୍ୟ ଉପକାରୀ

କେଉଁ ଅଟା ସ୍ୱାସ୍ଥ୍ୟ ଉପକାରୀ

କେଉଁ ଅଟା ସ୍ୱାସ୍ଥ୍ୟ ଉପକାରୀ
ଆଜିକାଲି ସମସ୍ତେ ଖୋଲା ଅଟା ବା ପେଡା ଅଟାର ରୁଟି ନଖାଇ ପ୍ୟାକେଟ୍‌ ଅଟାର ରୁଟି ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ମଲ୍ଟିଗ୍ରେନ୍‌ ଅଟା ଉତ୍ତମ । କିନ୍ତୁ ମନେରଖନ୍ତୁ ଏହି ଅଟା ଯେପରି ପ୍ୟାକେଜିଂ ହୋଇନଥିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଏଥିପାଇଁ ନିକଟସ୍ଥ ମିଲରୁ ଅଟା କିଣନ୍ତୁ । ରସାୟନ ମିଶ୍ରିତ ହୋଇନଥିବା ଉଚ୍ଚ଼ ଫାଇବର ମଇଦା ଖାଇବା ଦ୍ୱାରା ମୋଟାପଣ କମିଯାଏ ଏବଂ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ମକା, ଜୋୱାର, ରାଗି, ସୋୟାବିନ୍‌ ଏବଂ ଚଣାକୁ ଅଟାରେ ମିଶାଇ ଗ୍ରାଇଣ୍ଡ୍‌ କରନ୍ତୁ, ଏହା ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ହୋଇଥାଏ  । ଶୀତଦିନେ, ଜୋୱାର ବଦଳରେ ଅଟାରେ ମାଣ୍ଡିଆ ମିଶାଇ ପାରିବେ ।