ବିଧାନସଭାରେ ଆସନରେ ବସି ଆଉ କେହି କହିପାରିବେ ନାହିଁ

ବିଧାନସଭାରେ ଆସନରେ ବସି ଆଉ କେହି କହିପାରିବେ ନାହିଁ

ଭୁବନେଶ୍ୱର: ବିଧାନସଭା ପରିଚାଳନା ନେଇ କୋଭିଡ୍‌ ସମୟରେ ଥିବା ସମସ୍ତ  କଟକଣା ଓ ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ସର୍ବଦଳୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଅଯାଇଛି ।  ସେହିପରି ଭିଡିଓ କନଫରେନ୍ସିଂରେ  ଆଉ କେହି ଯୋଗ ଦେଇପାରିବେ ନାହିଁ । ଆସନରେ ମଧ୍ୟ ବସି କହିପାରିବେ ନାହିଁ । ଯେଉଁମାନଙ୍କ ଦେହ ଅସୁସ୍ଥ ଥିବ, ସେମାନେ ବାଚସ୍ପତିଙ୍କ ପୂର୍ବ ଅନୁମତି ନେଇ  ଆସନରେ ବସି କହିପାରିବେ । ପ୍ରେସ୍‌  ଗ୍ୟାଲେରୀରେ ବି ସମସ୍ତେ ବସିପାରିବେ । 

ଅପରପକ୍ଷେ ଗତକାଲି ଗୃହରେ  ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ସାମ୍ନାକୁ ୧୦- ୧୨ଜଣ ପୁଲିସ୍‌ ୟୁନିଫର୍ମରେ ଆସିଥିଲେ ।  ଯାହାକୁ ସର୍ବଦଳୀୟ ବୈଠକରେ  ବିରୋଧ କରାଯାଇଛି । ଏପରି କରି  ସେମାନେ ଆଇନ ଉଲ୍ଲଂଘନ କରିଛନ୍ତି  ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ । ଆଲୋଚନା  ପରେ ପୁଲିସ୍‌ ୟୁନିଫର୍ମରେ   ଗୃହକୁ ଆସିପାରିବେ ନାହିଁ ବୋଲି  ନିଷ୍ପତ୍ତି ହୋଇଥିଲା । ସନ୍ଧ୍ୟା ୭ଟାରେ  ଗୃହ କାର୍ୟ୍ୟ ବନ୍ଦ ହେଉଥିବା ବେଳେ  ଏବେ ଆବଶ୍ୟକ ପଡିଲେ ରାତି  ୯ଟା ପର୍ୟ୍ୟନ୍ତ ଗୃହ କାର୍ୟ୍ୟ ଚାଲିବ । 

ସର୍ବଦଳୀୟ ବୈଠକରେ ବାଚସ୍ପତି  ପ୍ରମିଳା ମଲ୍ଲିକ ଅଧ୍ୟକ୍ଷତା କରିଥିବା ବେଳେ  ବିରୋଧୀ ଦଳ ନେତା  ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ  ଦଳ ନେତା ନରସିଂହ  ମିଶ୍ର, ଅର୍ଥମନ୍ତ୍ରୀ  ବିକ୍ରମ କେଶରୀ  ଆରୁଖ, ସଂସଦୀୟ  ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ  ପ୍ରଶାନ୍ତ ମୁଦୁଲି, ବିରୋଧୀ ଦଳ ମୁଖ୍ୟ  ସଚେତକ ମୋହନ ମାଝି, ବିଧାୟକ  ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ।