ଧରାପଡିଲେ ପାହାଡ଼ି ଗ୍ୟାଙ୍ଗ୍‌

ଧରାପଡିଲେ ପାହାଡ଼ି ଗ୍ୟାଙ୍ଗ୍‌

ଭୁବନେଶ୍ବର: ପୋଲିସ ହାତରେ ଧରାପଡିଲେ ପାହାଡ଼ି ଗ୍ୟାଙ୍ଗ୍‌ । ରାଜଧାନୀରୁ ପାହାଡି ଗ୍ୟାଙ୍ଗ୍‌ର ୮ ସଦସ୍ୟଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ସେମାନଙ୍କ ନିକଟରୁ ୨୨ଟି ମୋବାଇଲ୍ ସହ ୧ ଲକ୍ଷ ୩୦ ହଜାର ଟଙ୍କା ଜବତ ହୋଇଛି ।

ଏହି ଗ୍ୟାଙ୍ଗ୍‌ ‘ମୋ ବସ୍’ ଓ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଲୁଟ୍ କରୁଥିଲେ । ଏହି ଗ୍ୟାଙ୍ଗ ‘ମୋ ବସ୍’ରେ ଚଢୁଥିଲେ, ମଉକ ଦେଖି ଲୋକଙ୍କ ମୋବାଇଲ ଲୁଟୁଥିଲେ । ମୋବାଇଲ ଲୁଟିବା ପରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଖାଲି କରିଦେଉଥିଲେ । ଏମାନେ ସମସ୍ତେ ବାହାର ରାଜ୍ୟର ବୋଲି ସୂଚନା ମିଳିଛି । ରାଜ୍ୟ ଓ ରାଜ୍ୟ ବାହାରେ ଏମାନଙ୍କ ନାଁରେ ଏକାଧିକ ମାମଲା ରହିଛି । ମୋବାଇଲ୍‌ ଲୁଟି ୟୁପିଆଇ ହ୍ୟାକ୍‌ କରି ଆକାଉଣ୍ଟ ଖାଲି କରୁଥିଲେ ।