କଂଗ୍ରେସରେ ମିଶିବେ ସୁଲତାଙ୍କ ଯାଆ

କଂଗ୍ରେସରେ ମିଶିବେ ସୁଲତାଙ୍କ ଯାଆ


ଯାଜପୁର : ବିଜେଡ଼ି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କୁ ଝଟକା  । ତାଙ୍କ ଯାଆ ଆରତୀ ଦେଓ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗଦେବେ  । ଯାହାକି ଏବେ ବରି ରାଜନୀତିରେ ଆଲୋଡ଼ନ ସୃଷ୍ଟିକରିଛି  । ଆରତୀ ଦେଓ ବରୀରେ ଜଣେ ଆଗଧାଡ଼ିର ବିଜେଡ଼ି ନେତ୍ରୀ  । ଯାଜପୁର ଜିଲ୍ଲା ବିଜେଡ଼ିର ସେ ଉପସଭାପତି ବି ଅଛନ୍ତି  । ସେହିପରି ୩୬ ନମ୍ବର ଜୋନରୁ ସେ ଜିଲ୍ଳା ପରିଷଦ ବି ଜିତିଥିଲେ  ।

ଆରତୀ ପୂର୍ବରୁ କଂଗ୍ରେସରେ ଥିଲେ  । କଂଗ୍ରେସର ବହୁ ବଡ଼ ପଦ ପଦବୀରେ ସେ କାର୍ଯ୍ୟ କରିଆସିଛନ୍ତି  । ପ୍ରଦେଶ ମହିଳା କଂଗ୍ରେସର ପୂର୍ବତନ ଉପସଭାନେତ୍ରୀ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର କଂଗ୍ରେସର ପୂର୍ବତନ ପର୍ଯ୍ୟବେକ୍ଷକ ଏବଂ ରସୁଲପୁର ମହିଳା କଂଗ୍ରେସର ପୂର୍ବତନ ସଭାପତି ଭାବେ ସେ କାର୍ଯ୍ୟ କରିଥିଲେ  ।