ହାଇକୋର୍ଟ ଗଲେ ଅନୁଭବ
କଟକ : ହାଇକୋର୍ଟ ଗଲେ ସାଂସଦ ଅନୁଭବ ମହାନ୍ତି । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡପତ୍ର ଦେବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି । ବିବାହ ବିଚ୍ଛେଦ ପାଇଁ ପରିବାର ଅଦାଲତରୁ ନିରାଶ ହେବା ପରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ବର୍ଷା-ଅନୁଭବଙ୍କ ବିବାହ ବିଚ୍ଛେଦ ମାମଲାର ଶୁଣାଣି କଟକ ପରିବାର ଅଦାଲତରେ ଦୀର୍ଘଦିନ ଧରି ଚାଲିଥିଲା । ଗତ ସେପ୍ଟେମ୍ବର ୨୨ ତାରିଖରେ ଅଦାଲତ ଏହି ମାମଲାରେ ରାୟ ପ୍ରକାଶ କରି ବିବାହ ବିଚ୍ଛେଦ ପାଇଁ ଅନୁଭବ କରିଥିବା ଆବେଦନକୁ ଖାରଜ କରି ଦେଇଥିଲେ। ବିବାହ ବିଚ୍ଛେଦ ପାଇଁ ଅନୁଭବଙ୍କ ପକ୍ଷରୁ ଦର୍ଶାଯାଇଥିବା କାରଣ ଗ୍ରହଣୀୟ ନୁହେଁ ବୋଲି ପରିବାର ଅଦାଲତ ମତଦେବା ସହ ପିଟିସନ୍ ଖାରଜ କରିଦେଇଥିଲେ ।
ଅପରପକ୍ଷରେ ଅନୁଭବଙ୍କ ସହ ପୁନର୍ବାର ଏକାଠି ରହିବା ଲାଗି ବର୍ଷା ଯେଉଁ ଆବେଦନ କରିଥିଲେ ତାହାକୁ ମଧ୍ୟ ପରିବାର ଅଦାଲତ ଖାରଜ କରିଦେଇଥିଲେ । ପରିବାର ଅଦାଲତଙ୍କ ଏଭଳି ରାୟକୁ ଚାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।




admin 