୫ ଦିନର ଛୁଟି ପରେ ପିଲା ଯିବେ ଅଙ୍ଗନବାଡ଼ି

୫ ଦିନର ଛୁଟି ପରେ ପିଲା ଯିବେ ଅଙ୍ଗନବାଡ଼ି

ଭୁବନେଶ୍ୱର: ୫ ଦିନର ଛୁଟି ପରେ ଆଜିଠୁ ପୁଣି ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର । ପାଠପଢ଼ିବାକୁ ଆସିଲେ କୁନି କୁନି ଛାତ୍ରଛାତ୍ରୀ। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ସକାଳ ୭ଟାରୁ ଦିନ ୧୦ଟା ପର୍ୟ୍ୟନ୍ତ ପାଠପଢ଼ା ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ଆବଶ୍ୟକ ହେଲେ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିପାରିବେ । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାନୀୟ ଜଳ ସହ ଅନ୍ୟ ସମସ୍ତ ସୁବିଧା ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ସୋମବାରଠୁ ସମସ୍ତ ବିଦ୍ୟାଳୟରେ ସକାଳୁଆ ପାଠପଢ଼ା ଆରମ୍ଭ ହୋଇଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନେ ସକାଳ ସାଢ଼େ ୬ଟାରୁ ସ୍କୁଲ ଆସିଥିବା ବେଳେ ୧୧ଟା ପର୍ୟ୍ୟନ୍ତ ବିଦ୍ୟାଳୟରେ ପଢ଼ିବେ । ଅନ୍ୟପଟେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ୨ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗତ ୧୧ତାରିଖରେ ମୁଖ୍ୟମନ୍ତ୍ରୀ ସମସ୍ତ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଏପ୍ରିଲ୍‌ ୧୨ରୁ ୧୬ ତାରିଖ ପର୍ୟ୍ୟନ୍ତ ଛୁଟି ଘୋଷଣା କରିଥିଲେ ।