ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା, ୧୨ ମୃତ

ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା, ୧୨ ମୃତ

ମୁମ୍ବାଇ : ମହାରାଷ୍ଟ୍ର ସମୃଦ୍ଧି ଏକ୍ସପ୍ରେସ୍ରେ ଘଟିଛି ଭୟଙ୍କର ଦୁର୍ଘଟଣା ମିନି ବସ୍ କଣ୍ଟେନର ମୁହଁମୁହିଁ ‌ଧକ୍କା ହେବାରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ଏକ ଘରୋଇ ବସ୍ରେ ୩୫ରୁ ଯାତ୍ରୀ ଯାତ୍ରା କରୁଥିଲେ ଶନିବାର ବିଳମ୍ବିତ ରାତି ପ୍ରାୟ ୧୨.୩୦ ସମୟରେ ଏହି ମିନି ବସ୍ଟି ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା ବସ୍ ଡ୍ରାଇଭର ଭାରସାମ୍ୟ ହରାଇ ଏକ କଣ୍ଟେନରକୁ ଧକ୍କା ଦେଇଥିଲା ଯାହାଫଳରେ ଗାଡିଥିବା ଯାତ୍ରୀମାନେ ଗୁରୁତର ହୋଇଥିଲେ ଏହାପରେ ସ୍ଥାନୀୟଲୋକେ ତୁରନ୍ତ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ ଉଦ୍ଧାର କାରୀ ଦଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ ହେଲେ ସେତେବେଳକୁ ହୋଇସାରିଥିଲା ବିଳମ୍ବ ଏହି ଭୟଙ୍କର ଦୁର୍ଘଟଣାରେ ୧୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ରୁ ଅଧିକ ଲୋକେ ଆହତ ହୋଇଛନ୍ତି ସମସ୍ତ ଆହତଙ୍କୁ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।ହେଲେ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ଅନ୍ୟ ମେଡିକାଲକୁ ପଠାଯାଇଥିବା ସୂଚନା ମିଳିଛି