ଆମ୍ବୁଲାନ୍‌ସକୁ ଧକ୍କା ଦେଲା କାର, ସ୍ବାମୀ ମୃତ

ଆମ୍ବୁଲାନ୍‌ସକୁ ଧକ୍କା ଦେଲା କାର, ସ୍ବାମୀ ମୃତ

ବଲାଙ୍ଗୀର: ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ କର ଓ ଆମ୍ବୁଲାନ୍‌ସ ମଧ୍ୟରେ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଝିଅ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

 ପାଟଣାଗଡ଼ ପଟୁ ଖୁସିରାମ ମହାନନ୍ଦ ଏକ କାର୍‌ (ଓଡି ୨୭-୯୫୯୫) ଯୋଗେ ବଲାଙ୍ଗୀର ପଟକୁ ଆସୁଥିଲେ। ମାୟାବର୍ହା ଛକଠାରେ ରାସ୍ତାପାର୍ଶ୍ବରେ କାର୍‌ ଅଟକାଇ ବାହାରକୁ ବାହାରିଥିଲେ। କାର୍‌ ପଛପଟେ ଛିଡ଼ା ହୋଇ ଖୁସିରାମ ଫୋନ୍‌ରେ କଥା ଲାଗୁଥିଲେ। ପାଖରେ ତାଙ୍କ ସ୍ତ୍ରୀ ଝିଅ ମଧ୍ୟ ଛିଡ଼ା ହୋଇଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଆମ୍ବୁଲାନ୍ସ (ଓଡି ୦୫ ଏପି ୫୦୧୧) ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଥିଲା। ତିନି ଆହତଙ୍କୁ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଥିଲେ। ଖୁସିରାମଙ୍କ ଅବସ୍ଥା ଗୁରୁତର ଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଖୁସିରାମଙ୍କ ପ୍ରାଣହାନି ଘଟିଛି।