ବରଯାତ୍ରୀଙ୍କ ଉପରେ ମାଡିଗଲା କାର: ଜଣେ ମୃତ
ବଲାଙ୍ଗୀର : ବରଯାତ୍ରୀ ଘରୁ ବାହାରି ଯିବା ସମୟରେ ବରଯାତ୍ରୀଙ୍କ ଉପରେ ମାଡିଗଲା କାର। ୧୧ଆହତ, ଘଟଣାସ୍ଥଳରେ ଜଣେ ମୃତ। ଏଭଳି ଅଭାବାନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଘଝରନ ଗାଁରେ। ଦୁର୍ଘଟଣାରେ ଆହତ ଲୋକଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବିକ, ଗତକାଲି କନ୍ୟାଘରକୁ ବରଯାତ୍ରୀଙ୍କୁ ନେଇ ବାହାରିଥିଲା ବର। ଡିଜେର ତାଳେ ତାଳେ ନାଚୁଥିଲେ ବରଯାତ୍ରୀ। ହଠାତ୍ ଖୁସି ପାଲଟିଲା ଗଲା ଦୁଃଖ। ବରଯାତ୍ରୀ ଉପରେ ଦ୍ରୁତଗତିରେ ଆସି ମାଡିଗଲା ବରଗାଡ଼ି (ଓଆର୍ ୦୨ ବିସି ୩୮୪୮)। ଦୁର୍ଘଟଣାରେ ଛିଟିକି ହୋଇ ପଡିଲେ ଯାତ୍ରୀ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ି ଜବତ କରିଛି।




admin 