ଓଜନ ହ୍ରାସ ପାଇଁ ଔଷଧ ଖାଉଛନ୍ତି କି? ସାବଧାନ

ଓଜନ ହ୍ରାସ ପାଇଁ ଔଷଧ ଖାଉଛନ୍ତି କି? ସାବଧାନ

ଏହି ଅଧ୍ୟୟନ ରେ କୁହାଯାଇଛି ଯେ ଓଜନ ହ୍ରାସ ପାଇଁ ସେବନ କରୁଥିବା ବିଭିନ୍ନ ପ୍ରକାରର ଔଷଧ ଅବଡମେନାଲ ପାରାଲିସିସ ର କାରଣ ହୋଇପାରେ l

ବର୍ତମାନ ଆମେ ପ୍ରାୟ ସମସ୍ତଙ୍କୁ ଦେଖୁଛେ କେହି ନା କେହି ନିଜ ନିଜର ଓଜନ ପ୍ରତି ସଚେତନ, କିଏ ଘଣ୍ଟା ଘଣ୍ଟା ଧରି ଜିମ ରେ ଝାଳ ବୁହାଉଛି ତ ଆଉ କେହି ଜଗି ରଖି ଭୋଜନ କରୁଛି ଏବଂ ଆଉ କିଛି ଲୋକ ସରଳ ଉପାୟ ଆପଣାଉଛନ୍ତି ଔଷଧ ସେବନ କରିବାର l ଆମେରିକାରେ ଏହାକୁ ନେଇ ଗୋଟିଏ ବିଶେଷ ଅଧ୍ୟୟନ କରାଯାଇଛି l ଯେଉଁଥିରେ ଦ୍ରୁତ ବେଗରେ ଓଜନ ହ୍ରାସ ପାଇଁ ଔଷଧ ସେବନ କୁ ଗୁରୁତ୍ୱ ଦିଆଯାଇଛି lଅବଡମେନାଲ ପାରାଲିସିସ ର ଲକ୍ଷଣ –

ଓଜନ ହ୍ରାସ କରିବା ପାଇଁ ଆମେ ସେବନ କରୁଥିବା ଔଷଧ ଅବଡମେନାଲ ପାରାଲିସିସ ର ବିପଦ କୁ ବଢ଼ାଇ ଦେଇଥାଏ, ଏପରିସ୍ଥିତି ରେ ପେଟ ଖାଇ ହେବା ପାଇଁ ଅଧିକ ସମୟ ଲାଗିଥାଏ l ଅବଡମେନାଲ ପରଲିସିସ ର କାରଣ କୁପୋଷଣ ଗୋଟିଏ ବଡ଼ କାରଣ ଅଟେ l ଗୋଟିଏ ଅଧ୍ୟୟନ ରେ କୁହାଯାଇଛି ଯେ ଯେଉଁ ଲୋକମାନେ ଓଜନ ହ୍ରାସ ପାଇଁ ଔଷଧ ସେବନ କରୁଛନ୍ତି ଅବଡମେନାଲ ପରଲିସିସ ରେ ପୀଡିତ ହୋଇ ପାରନ୍ତି l

– ଲକ୍ଷଣ –

– ଡାଇଜେସନ ସିଷ୍ଟମ ଦୁର୍ବଳ ହୋଇଯାଇ ଥାଏ l

– ଟାଇପ 2 ମଧୁମେହ ସମସ୍ୟା ବୃଦ୍ଧି ପାଇଥାଏ l

– ଇନ୍ସୁଲିନ ଉତ୍ପାଦନ କୁ ଦ୍ରୁତ ଗତିରେ ବଢ଼ାଇ ଦେଇଥାଏ l

– ରକ୍ତଚାପ ବୃଦ୍ଧି ହୋଇଥାଏ l

– ହାର୍ଟ ଉପରେ ପ୍ରଭାବ ମଧ୍ୟ ପକାଇଥାଏ