ଘରେ କେଉଁଠି ରଖିବେ ଝରଣା ପେଣ୍ଟିଂ?

ଘରେ କେଉଁଠି ରଖିବେ ଝରଣା ପେଣ୍ଟିଂ?

ବାସ୍ତୁଶାସ୍ତ୍ର ଅନୁଯାୟୀ, ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଲଗାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ । କିନ୍ତୁ ଏହାକୁ ନେଇ କିଛିଟା ନିୟମ ରହିଛି । ଜଳର ସମ୍ପର୍କ ଧନ ସହ ରହିଛି । ଏହାଦ୍ୱରା ସକାରାତ୍ମକ ଉର୍ଜା ଉତ୍ପନ୍ନ ହୋଇଥାଏ । ଯାହା ଫଳରେ ଘରେ ସୁଖ, ସମୃଦ୍ଧିର ବୃଦ୍ଧି ଘଟେ । ଏହାକୁ ଏମିତି ଲଗାନ୍ତୁ ଯେମିତିକି ପାଣିର ଧାରା ଘର ଭିତର ଆଡକୁ ଯାଉଥିବ । ଅତି ବଡ଼ ସାଇଜ୍‌ର ଝରଣାର ପେଣ୍ଟିଂକୁ ଘରେ ଲଗାଇବା ଠିକ୍‌ ନୁହେଁ । କାରଣ ଏହା ଘରର ସୌନ୍ଦର୍ଯ୍ୟ ବଢାଇବା ପରିବର୍ତ୍ତନ କମାଇଥାଏ । ଘରର ଉତ୍ତର ଦିଗରେ ଏହାକୁ ଲଗାଇବା ଧନବୃଦ୍ଧି ଓ ସୁଖଶାନ୍ତିର ସଙ୍କେତ । ପୂର୍ବ ଓ ପଶ୍ଚିମ ଦିଗରେ ବି ଲଗାଇହେବ କିନ୍ତୁ ଦକ୍ଷିଣ ଦିଗରେ ଲଗାଇଲେ ଏହା ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ବେଡ୍‌ରୁମ୍‌ରେ ବି ଝରଣାର ପେଣ୍ଟିଂ ଲଗାଇବା ଠିକ୍‌ ନୁହେଁ ।