ଛାତ୍ର କଂଗ୍ରେସର ନିଯୁକ୍ତି କ୍ରାନ୍ତି ଘୋଷଣା

ଛାତ୍ର କଂଗ୍ରେସର ନିଯୁକ୍ତି କ୍ରାନ୍ତି ଘୋଷଣା

ପ୍ରଦେଶ ଛାତ୍ର କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସୟଦ ୟାସିର ନୱାଜ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୨୩ ବର୍ଷର ନବୀନ ଶାସନରେ ଓଡ଼ିଶାରେ ଥିବା ଶିଳ୍ପରେ ଓଡ଼ିଆ ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବାରେ ଉଦାସୀନତା ପ୍ରଦର୍ଶନ କରାଯାଇଆସୁଅଛି । ଓଡ଼ିଶାର ବେକାରୀ ସମସ୍ୟା ଉତ୍କଟ । ମାତ୍ର ନବୀନ ସରକାର ଏହି ପ୍ରସଙ୍ଗକୁ ଏଡ଼େଇ ଯାଉଛନ୍ତି । ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କଲେ । ୨୩ ବର୍ଷରେ ତାଙ୍କର ପ୍ରତିଶୃତି ଅନୁଯାୟୀ ୨୩ ୍ଠ୨ = ୪୬ଲକ୍ଷ ନିଯୁକ୍ତି ଦେବାକଥା । ମାତ୍ର ତାଙ୍କର ଏହି ପ୍ରତିଶୃତି ପ୍ରତାରଣାରେ ପରିଣତ ହୋଇଛି ।ରାଜ୍ୟରେ ଏବେ ୮,୯୮,୭୧୭ ପଞ୍ଜିକୃତ ବେକାରୀ ଅଛନ୍ତି । ଦୁଃଖର କଥା ଏହିକି ଯେ ଛାତ୍ର କଂଗ୍ରେସ ଆର.ଟି.ଆଇ. ଜରିଆରେ କେତେକ ଜିଲ୍ଲା ଏମ୍ପେ୍ଲାଇମେଂଟ ଏକ୍ସଚେଞ୍ଜକୁ ଦୀର୍ଘ ୧୦ ବର୍ଷର ନିଯୁକ୍ତି ହିସାବ ମାଗିଥିଲା । ଯାହା ତାଙ୍କ ପାଖରେ ନାହିଁ ବୋଲି ସେମାନେ ଲିଖିତ ଆକାରରେ ଜଣାଇଛନ୍ତି ଏବଂ କିଛି ଏମ୍ପେ୍ଲାଇମେଂଟ ଏକ୍ସଚେଞ୍ଜ ୧୦ ବର୍ଷରେ ୨୦ ଟି, ୩୦ ଟି ନିଯୁକ୍ତି ଦିଆଯାଇଛି ବୋଲି ଦର୍ଶାଇଛନ୍ତି । ରାଜ୍ୟ ସରକାର ଯେଉଁ ନିଯୁକ୍ତି ମେଳା ସବୁ କରୁଛନ୍ତି, ସେଥିରେ ବେକାର ଯୁବକ / ଯୁବତୀଙ୍କୁ କେବଳ ଭୁଆଁ ବୁଲାଉଛନ୍ତି । ସେମାନଙ୍କ ଠାରୁ କେତେଟଙ୍କା ରେଜିଷ୍ଟ୍ରେସନ ଫିସ ବାବଦରେ ଆଦାୟ କରିଛନ୍ତି ଏବଂ ସେ ଟଙ୍କା ଏପର୍ଯ୍ୟନ୍ତ ଫେରାଇଛନ୍ତି କି ନାହିଁ? ଏହି ପ୍ରକ୍ର୍ରିୟାରେ କେତେ ଯୁବକ/ଯୁବତୀ ନିଯୁକ୍ତି ପାଉଛନ୍ତି ସରକାର ସାଧାରଣରେ ତାହା ପ୍ରକାଶ କରନ୍ତୁ । ୨୦୨୧ ମସିହା ଡିସେମ୍ବର ମାସରେ ଓଡ଼ିଶାର ଅର୍ଥମନ୍ତ୍ରୀ ଗୃହରେ ଉପସ୍ଥାପନ କଲେ ଯେ ଓଡ଼ିଶା ସରକାରରେ ୨ଲକ୍ଷ ୨୬ ହଜାର ୫୫୯ଟି ପଦବୀ ଖାଲି ପଡ଼ିଛି । ଓଡ଼ିଶା ସରକାରରେ ମାତ୍ର ୩ଲକ୍ଷ ୯୮ ହଜାର ୫୭୭ ଜଣ କର୍ମଚାରୀ ଅଛନ୍ତି । ଏଣୁ ୨୩ ବର୍ଷ ଭିତରେ ନବୀନ ସରକାର ସମସ୍ତ ସରକାରୀ ପଦବୀ ପୂରଣ କରିବାରେ ଅକ୍ଷମ ହୋଇଛନ୍ତି । ୨୦୧୩-୧୪ ବର୍ଷରେ ନବୀନ ସରକାର ଏକ ଯୁବନୀତି ପ୍ରଣୟନ କଲେ, ଯାହାକି ଏ ରାଜ୍ୟର ଯୁବ ସମାଜକୁ  ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ସେହି ଯୁବନୀତିରେ ଯୁବ ନିଯୁକ୍ତି ସଂପର୍କରେ ଗୋଟିଏମାତ୍ର ଶବ୍ଦହିଁ ନଥିଲା । ପରବର୍ତୀ ପର୍ଯ୍ୟାୟରେ ୨୦୧୯ ନିର୍ବାଚନ ଆଖିଆଗରେ ରଖି ୪୫୦ କୋଟି ଟଙ୍କା ଅଟକଳରେ ବିଜୁ ଯୁବବାହିନୀ ଗଠନ କଲେ । ଯାହାଦ୍ୱାରା କେବଳ ବିଜୁ ଜନତା ଦଳର ଯୁବକର୍ମୀଙ୍କୁ ପୋଷଣ କରାଗଲା । ମାତ୍ର ନିର୍ବାଚନ ପରେ ପରେ ବିଜୁ ଯୁବବାହିନୀ ବନ୍ଦ ହୋଇଯାଇଛି । ଏ ଟଙ୍କା ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହୋଇ ଦଳୀୟ କର୍ମୀଙ୍କୁ ପୋଷାଗଲା ଏବଂ ନିଜର ଭୋଟ ବ୍ୟାଙ୍କ ସୃଷ୍ଟି କରାଗଲା । ବିଶେଷକରି ବିମୁଦ୍ରାୟନ ଓ କରୋନା ମହାମାରୀ କାରଣରୁ ଓଡ଼ିଶାରେ ପ୍ରାୟ ୭ଲକ୍ଷ ଲୋକ ନିଯୁକ୍ତି ହରାଇ ମାତ୍ର ସରକାର ସେମାନଙ୍କ ଅବସ୍ଥା ସୁଧାର ବା କର୍ମସଂସ୍ଥାନ ପାଇଁ କିଛି ବ୍ୟବସ୍ଥା କଲେ ନାହିଁ । ରାଜ୍ୟ ଝଳସକ୍ଷକ୍ଷ ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ମନ୍ତ୍ରୀ ବିଧାନ ସଭାରେ ଉପସ୍ଥାପିତ କରିଥିବା ତଥ୍ୟ ଅନୁଯାୟୀ ୯୩,୦୧୧ ଜଣକୁ ୨୦୨୦ ମସିହା ଭିତରେ ଟ୍ରେନିଂ ଦିଆଯାଇଥିଲା । ଯେଉଁଥିରୁ ମାତ୍ର ୨୧, ୬୮୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ପରୀକ୍ଷା ପୂର୍ବରୁ ଓଡ଼ିଶା ସରକାରଙ୍କର ଚାକିରୀ ସବୁ ବିକ୍ରି ହୋଇଯାଏ । କାରଣ ଙୟସଗ୍ଦଷବ ଝଗ୍ଧବଲଲ ଝରକ୍ଷରମଗ୍ଧସକ୍ଟଦ୍ଭ  ଉକ୍ଟଜ୍ଞଜ୍ଞସଗ୍ଦଗ୍ଦସକ୍ଟଦ୍ଭ ରେ କାର୍ଯ୍ୟରତ ଜଣେ କିରାଣୀଠାରୁ ୪ କୋଟି ଟଙ୍କା ଜବତ ହେବା ଘଟଣା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଯଦି ଜଣେ କିରାଣୀ ଏତେ ମାତ୍ରାରେ ଅର୍ଥ ରୋଜଗାର କରିପାରେ ତେବେ ଏହାର ଚେର ଝଗ୍ଧବଲଲ ଝରକ୍ଷରମଗ୍ଧସକ୍ଟଦ୍ଭ ଉକ୍ଟଜ୍ଞଜ୍ଞସଗ୍ଦଗ୍ଦସକ୍ଟଦ୍ଭ ର ଅଧ୍ୟକ୍ଷ, ସଭ୍ୟ ଏବଂ ତୃତୀୟ ମହଲା ପର୍ଯ୍ୟନ୍ତ ଲମ୍ବିଛି ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି । ୨୩ ବର୍ଷ ଭିତରେ ନବୀନ ସରକାରରେ ୧୫୦ରୁ ଉର୍ଦ୍ଧ୍ୱ ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ଗଙଟ ସ୍ୱାକ୍ଷର କଲେଣିି । ମାତ୍ର ବାସ୍ତବରେ ଏହା ୨୦ ପ୍ରତିଶତ ସଫଳ ହୋଇପାରି ନାହିଁ । ଏଣୁ ନୂତନ ନିଯୁକ୍ତି ସୃଷ୍ଟି କରିବାରେ ନବୀନ ସରକାର ବିଫଳ । ଆମ ରାଜ୍ୟରେ କଂଗ୍ରେସ ଅମଳରେ ହୋଇଥିବା ସୂତାକଳ, ଲୁଗାକଳ, ତେଳକଳ, ଝୋଟକଳ ଓ ଚିନିକଳ ପ୍ରଭୃତି ହଜାର ହଜାର ଶିଳ୍ପ ଏବେ ବନ୍ଦ ହୋଇପଡ଼ିଛି । ଏଣୁ ପଡ଼ୋଶୀ ରାଜ୍ୟକୁ ଯାଇ କାମ ଧନ୍ଦା ଖୋଜିବାକୁ ବାଧ୍ୟ ହେଉଛନ୍ତି । ୨୦୧୩ ମସିହାରେ ନରେନ୍ଦ୍ର ମୋଦି ଘୋଷଣା କଲେ ଯେ, ଯଦି ବିଜେପି ସରକାର ଆସେ ତେବେ ବର୍ଷକୁ ୨ କୋଟି ନିଯୁକ୍ତି ଦେବେ । ହେଲେ ୮ ବର୍ଷରେ ମୋଦୀ ସରକାର ୧୬ କୋଟି ନିଯୁକ୍ତି ଦେଇପାରିଲେ କି? ଆଜି ସୁଧା କେନ୍ଦ୍ର ସରକାରଙ୍କର ମଞ୍ଜୁରି ପ୍ରାପ୍ତ ସରକାରୀ ପଦବୀରୁ ୨୪ ପ୍ରତିଶତ ଅର୍ଥାତ ୧୦ ଲକ୍ଷ ପଦ ଖାଲି ପଡ଼ିଛି । ଏବେ ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ପକୋନା ବିକ୍ରି ମଧ୍ୟ ତାଙ୍କ ସ୍ୱପ୍ନର ନିଯୁକ୍ତି ପରିକଳ୍ପନାର ଅଂଶ ବିଶେଷ । କୋଟି କୋଟି ବେକାର ଯୁବକ / ଯୁବତୀ ରାଜରାସ୍ତାରେ ନିଯୁକ୍ତି ଓଡ଼ିଶାର ବହୁ ବେକାର ଯୁବକ/ଯୁବତୀ ରାଜ୍ୟ ଛାଡ଼ି ସୁରଟ ସୂତାକଳରେ, ଆନ୍ଧ୍ରରେ ଇଟା ଭାଟିରେ, ଦିଲ୍ଲୀରେ ପ୍ଲମ୍ବର ଭାବେ ବା କର୍ଣ୍ଣାଟକରେ ଅତିକମ୍ ପାରିଶ୍ରମିକରେ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି । ଓଡ଼ିଶାର ଖଣିଜ ସଂପତିକୁ ବ୍ୟବହାର କରି ଯେଉଁ ଶିଳ୍ପ ଓଡ଼ିଶାରେ ଚାଲିଛି । ସେଥିରେ ଓଡ଼ିଶାର ଯୁବକ / ଯୁବତୀମାନଙ୍କର ନିଯୁକ୍ତି ପ୍ରତି ରାଜ୍ୟ ସରକାର ଉଦାସୀନ ହେଉଛନ୍ତି । ବିଶେଷକରି ଶିଳ୍ପାଞ୍ଚଳର ସ୍ଥାନୀୟ ଲୋକମାନେ ଶିଳ୍ପର ଧୂଆଁ, ଧୂଳି ଓ ବର୍ଜ୍ୟବସ୍ତୁର ପ୍ରଭାବରେ ରୋଗଗ୍ରସ୍ତ ହେଉଛନ୍ତି । ମାତ୍ର ସେଠିକାର ବେକାର ଯୁବକ/ ଯୁବତୀମାନଙ୍କର ନିଯୁକ୍ତି ପ୍ରସଙ୍ଗକୁ ଉପେକ୍ଷା କରାଯାଉଛି । ଶିଳ୍ପ ସଂସ୍ଥାର ମାଲିକ – ଓଡ଼ିଶା ସରକାରଙ୍କର ମଧୁଚନ୍ଦ୍ରିକାରେ ଓଡ଼ିଶାର ଯୁବକ / ଯୁବତୀମାନଙ୍କର ସ୍ୱାର୍ଥ ଉପେକ୍ଷିତ । ସୁତରାଂ ଛାତ୍ରକଂଗ୍ରେସ ନିମ୍ନ ଦାବୀରେ ରାଜ୍ୟବ୍ୟାପୀ “ନିଯୁକ୍ତି କ୍ରାନ୍ତି” ମହାସଂଗ୍ରାମ କରିବ, ଯେଉଁଥିରେ ଏ ରାଜ୍ୟର ଯୁବ ସମାଜ ଓ ଛାତ୍ର ସମାଜ ଅଂଶଗ୍ରହଣ କରିବାକୁ ନିବେଦନ କରାଯାଉଛି । ଏହି ସାମ୍ବାଦିକ ସମ୍ମଳନୀରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଉପସ୍ଥିତ ରହି କହିଥିଲେ ଯେ, ଆଜିର ବେକାରୀ ସମସ୍ୟା ପାଇଁ ମୋଦୀ ଓ ନବୀନସରକାର ଦାୟି । ନିଯୁକ୍ତି ପ୍ରାପ୍ତ ହେବାକୁ ହେଲେ ରାଜ୍ୟ ଛାତ୍ର ଏବଂ ବେକାର ଯୁବକ / ଯୁବତୀଙ୍କର ସ୍ୱର ଶାଣିତ ହେବା ସହ ଲଢ଼େଇ ତିବ୍ର ହେବା ଦରକାର

ଛାତ୍ର କଂଗ୍ରେସର ଦାବି
୧. ୨ଲକ୍ଷ ୨୬ ହଜାର ୫୫୯ଟି ଖାଲି ପଡ଼ିଥିବା ସରକାରୀ ପଦବୀକୁ ନିର୍ଦ୍ଧିଷ୍ଠ ସମୟ ସୀମା ମଧ୍ୟରେ ପୁରଣ କରାଯାଉ ।
୨. ସମସ୍ତ ଘରୋଇ ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ୮୦ ପ୍ରତିଶତ ଓଡ଼ିଶା ଲୋକଙ୍କୁ ନିଯୁକ୍ତି ଦିଆଯାଉ ।
୩. ସରକାରୀ ଚାକିରିରେ ଚୁକ୍ତି ଭିତିକ ଓ ଠିକା ନିଯୁକ୍ତି ବାତିଲ କରାଯାଉ ।
୪. ଯେଉଁ ପ୍ରବାସୀ ଓଡ଼ିଆ, ଓଡ଼ିଶାକୁ ଫେରି ଓଡ଼ିଶାରେ ଜୀବିକା ନିର୍ବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସରକାର ସ୍ୱତନ୍ତ୍ର ପ୍ୟାକେଜ କରନ୍ତୁ ।
୫. ବେକାରୀ ଭତା ୫୦୦୦ ଟଙ୍କା ଦିଆଯାଉ ।


ସାତ ଦିନ ଭିତରେ ଯଦି ରାଜ୍ୟ ସରକାର / କେନ୍ଦ୍ର ସରକାର ଏହି ଦାବୀ ଉପରେ ଉତର ନ ରଖନ୍ତି ତେବେ ଛାତ୍ର କଂଗ୍ରେସ” “ନିଯୁକ୍ତି କ୍ରାନ୍ତ” ମାଧ୍ୟମରେ ଓଡ଼ିଶାରେ ମହାସଂଗ୍ରାମ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ଉପସଭାପତି ସୁନିଲ ମାଟିଆ, ଛାତ୍ର କଂଗ୍ରେସର ରାଷ୍ଟ୍ରୀୟ କୋଅଡ଼ିନେଟର ଅଖିଳେଷ ଯାଦବ ଓ ମନସା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।