ମାନନ୍ତୁ ଓ ସୁସ୍ଥ ରୁହନ୍ତୁ 

ମାନନ୍ତୁ ଓ ସୁସ୍ଥ ରୁହନ୍ତୁ 

 ଯଦି ଆପଣଙ୍କର ବ୍ଲଡପ୍ରେସର ସମସ୍ୟା ଅଛି ତେବେ ନିର୍ଦ୍ଧିଷ୍ଟ ସମୟ ଅନ୍ତରାଳରେ ମାପି ନିଅନ୍ତୁ । ଏଥିପାଇଁ ଘରେ ମେସିନ୍‌ ମଧ୍ୟ ରଖିପାରିବେ । ସବୁବେଳେ ଏକ ରୁଟିନ୍‌ ଲାଇଫ୍‌ ଅନୁସରଣ କରିବାକୁ ଚେଷ୍ଟା କରନ୍ତୁ । ମନରେ ଶାନ୍ତି ଓ ସକରାତ୍ମକ ଭାବନା ପାଇଁ ପ୍ରତିଦିନ କିଛି ସମୟ ପ୍ରାର୍ଥନା କରନ୍ତୁ । ଏହା ମସ୍ତିଷ୍କ ଉପରେ ଭଲ ପ୍ରଭାବ ପକାଇଥାଏ । ପ୍ରତିଦିନ ଦୁଇରୁ ତିନି ମିନିଟ୍‌ ଦାନ୍ତ ଘଷନ୍ତୁ । ଏହାଛଡା ସକାଳେ ଓ ରାତିରେ ଦୁଇ ତଣ ଦାନ୍ତ ଘଷିବା ଅଭ୍ୟାସ କରନ୍ତୁ । ମସଲା ଜାତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହା ଏସିଡିଟି ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଯେତେ କମ୍‌ ଖାଇବେ ସେତେ ଭଲ ହୋଇଥାଏ ।