ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ଆସିଲା ବଡ଼ ଖବର
କଟକ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା । ଯେଉଁ ନ୍ୟାୟିକ ତଦନ୍ତ ହୋଇଥିଲା, ତାର ରିପୋର୍ଟ ସାର୍ବଜନୀନ କରିବା ଉଦ୍ୟେଶ୍ୟରେ ଦାୟର ମାମଲାର ଶୁଣାଣି ହୋଇଛି । ମାମଲାର ଦୁଇ ପକ୍ଷ ମୁଖ୍ୟ ଶାସନ ସଚିବ ଏବଂ ଆଇନ ବିଭାଗର ସଚିବଙ୍କୁ ଏସଂକ୍ରାନ୍ତରେ ହାଇକୋର୍ଟ ଜବାବ ତଲବ କରିଛନ୍ତି । ଜୁଲାଇ ୧୦ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି ।
ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଲାଗି ଜଷ୍ଟିସ ରଘୁବୀର ଦାସ କମିଶନ ନିଯୁକ୍ତ ହୋଇଥିଲେ । ତେବେ ତଦନ୍ତ ସରିଥିଲେ ମଧ୍ୟ ଏହାର ରିପୋର୍ଟ ସାର୍ବଜନୀନ ହୋଇନାହିଁ । ଯଦ୍ୱାରା ରତ୍ନଭଣ୍ଡାର ମରାମତି ହୋଇପାରୁନି ଏବଂ ଭଣ୍ଡାରରେ କେତେ ରତ୍ନ ଅଛି ତାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇପାରୁନି । ଏସବୁ କିଛିକୁ ନିଜ ପିଟିସନରେ ଉଲ୍ଲେଖ କରି ସମାଜସେବୀ ଦିଲ୍ଲୀପ ବରାଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ।




admin 