ଆକ୍ୱାରିୟମ ଆଣିଦିଏ ସମୃଦ୍ଧି

ଆକ୍ୱାରିୟମ ଆଣିଦିଏ ସମୃଦ୍ଧି

ଆକ୍ୱାରିୟମ୍‌ ରଖିଲେ କେବଳ ଘରର ସୌନ୍ଦର୍ଯ୍ୟ ବଢ଼ିଥାଏ ତାହା ନୁହେଁ, ଏହାଦ୍ୱାରା ସୁଖସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି । 

- ବାସ୍ତୁଶାସ୍ତ୍ର ଅନୁଯାୟୀ, ଡ୍ରଇଂ ରୁମର ଦକ୍ଷିଣ-ପୂର୍ବ ଦିଗରେ ଆକ୍ୱାରିୟମ୍‌ ରଖିବା ଶୁଭ । ଏହାଦ୍ୱାରା ଆର୍ôଥକ ଅଭିବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । 

- ଆକ୍ୱାରିୟମ୍‌କୁ କେବେ ବି ଡ୍ରଇଂ ରୁମ୍‌ ମଝିରେ ରଖନ୍ତୁ ନାହିଁ । ଏହାଦ୍ୱାରା ଖର୍ଚ୍ଚ ଅଧିକ ହୋଇଥାଏ ।

- ଆକ୍ୱାରିୟମରୁ ସମୟ ସମୟରେ ପାଣି ବଦଳାଇବା ଉଚିତ । 

- ଆକ୍ୱାରିୟମ୍‌କୁ ବେଡ୍‌ରୁମ୍‌ରେ ରଖିବା ଆଦୌ ଉଚିତ ନୁହେଁ । ଆକ୍ୱାରିୟମ୍‌ରେ ସର୍ବଦା ୯ଟି ମାଛ ରଖିବା ଶୁଭଙ୍କର । ଆଉ ସେଥିମଧ୍ୟରୁ ୮ଟି ଗୋଲ୍ଡ ଫିଶ୍‌ ଓ ଗୋଟିଏ କଳା ମାଛ ରହିବା ଦ୍ୱାରା ଅଧିକ ଶୁଭଫଳ ପ୍ରଦାନ କରିଥାଏ ।

- ଗୋଲ୍ଡ ଫିସକୁ ଧନର ପ୍ରତୀକ ବୋଲି କୁହାଯାଏ । ଅନ୍ୟପକ୍ଷେ କଳାମାଛ ସୁରକ୍ଷାର ପ୍ରତୀକ ଭାବେ ବିବେଚନା କରାଯାଇଛି ।