ନାବାଳିକାକୁ ଦୁଷ୍କର୍ମ କରି ଜେଲ ଗଲେ ଶିକ୍ଷକ

ନାବାଳିକାକୁ ଦୁଷ୍କର୍ମ କରି ଜେଲ ଗଲେ ଶିକ୍ଷକ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ରାମପୁରରେ ଜଣେ ନାବାଳିକା ଦୁଷ୍କର୍ମକାରୀ ଶିକ୍ଷକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ହେଲେ ଜେଲ ଆସାମୀ ଅଧିକ ୨ ବର୍ଷ ଜେଲ ଦଣ୍ଡ ଭୋଗିବେ ବୋଲି ସୋମବାର ସ୍ଵତନ୍ତ୍ର ପୋକ୍ସୋ ଅଦାଲତ ବିଚାରପତି ରଞ୍ଜନ କୁମାର ସୂତାର ଏହି ରାୟ ଶୁଣାଇଛନ୍ତି।

ଏହାସହ ନାବାଳିକାଙ୍କ ପରିବାରକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ୨୦୧୯ ମସିହାରେ ଏହି ଘଟଣା ଘଟିଥିଲା। ଶିକ୍ଷକ ଜଣକ ସ୍ଥାନୀୟ ରାମପୁରର ବସନ୍ତ ଦାସ (୫୯ ବର୍ଷ) ।ବସନ୍ତ ନାବାଳିକାଙ୍କୁ ଘରକୁ ଡ଼ାକି ଚକଲେଟ୍ ଦେଇ ଦୁଷ୍କର୍ମ କରିଥିଲା।