RRR ପାଇଁ ନୂଆ ତାରିଖ
RRR ପାଇଁ ନୂଆ ତାରିଖ
ମୁମ୍ବାଇ: ବହୁଚର୍ଚ୍ଚିତ ମୁଭି ‘ଆରଆରଆର୍’ ପାଇଁ ଏକ ନୂଆ ରିଲିଜ ତାରିଖ ଜାରି ହୋଇଛି । କରୋନା ସଙ୍କଟ ପାଇଁ ବାରମ୍ବାର ଏହି ଫିଲ୍ମର ରିଲିଜ ତାରିଖ ଘୁଂଚି ଚାଲିଛି । ଏବେ ପ୍ରଯୋଜନା ସଂସ୍ଥା ପକ୍ଷରୁ ସ୍ପଷ୍ଟ କରାଯାଇଛି, ଆସନ୍ତା ମାର୍ଚ୍ଚ ୨୫ରେ ଏହି ମେଗା ଷ୍ଟାର ମୁଭି ‘ଆର୍ଆର୍ଆର୍’ ରିଲିଜ ହେବ ସର୍ବଭାରତୀୟ ସ୍ତରରେ । ଏସ୍.ଏସ୍.ରାଜାମୌଲିଙ୍କ ପ୍ରଯୋଜିତ ଏହି ଦକ୍ଷିଣୀ ଓ ବଲିଉଡ ମିକ୍ସ ଛୁଙ୍କ ଭରା ଫିଲ୍ମ ଦେଖିବା ପାଇଁ କୋଟି କୋଟି ସିନେ ପ୍ରେମୀ କେବେଠାରୁ ଚାହିଁ ବସିଛନ୍ତି । ଫିଲ୍ମରେ ଅଛନ୍ତି ଚର୍ଚ୍ଚିତ ତେଲୁଗୁ ଷ୍ଟାର ଜୁନିଅର ଏନଟିଆର, ରାମଚରଣ ଓ ବଲିଉଡର ନାମୀ ନାୟିକା ଆଲିଆ ଭଟ୍ଟ । ସବୁଠୁ ବଡ଼ ଆକର୍ଷଣ ହେଉଛନ୍ତି ବଲିଉଡର ସୁପରଷ୍ଟାର ଅଜୟ ଦେବଗନ । ଅଜୟ ଏଥିରେ ଜଣେ ସରପ୍ରାଇଜ୍ ଚରିତ୍ରରେ ଦେଖା ଦେବେ ବୋଲି ଜଣାଯାଇଛି । ଫିଲ୍ମ ରିଲିଜ ହୋଇନଥିଲେ ଏହାର ଟିଜର ଓ ଗୀତଗୁଡ଼ିକ ବେଶ୍ ହିଟ୍ ହେଲାଣି ସୋସିଆଲ ମିଡିଆରେ । ରାମଚରଣ ଓ ଜୁନିଅର ଏନଟିଆରଙ୍କ ଡ୍ୟାନ୍ସ ‘ନାଚୋ ନାଚୋ’ ଧମାଲ କରିଛି ସିନେ ପ୍ରେମୀ ମହଲରେ । ଏ ନାଚର ଷ୍ଟେପରେ ଯୁବପିଢ଼ି ଝୁମୁଛନ୍ତି ସୋସିଆଲ ମିଡିଆରେ ।




admin 