୩ ବର୍ଷ ମଧ୍ୟରେ ସରିବ ଆରଡ଼ିଏସଏସ ଯୋଜନା

୩ ବର୍ଷ ମଧ୍ୟରେ ସରିବ ଆରଡ଼ିଏସଏସ ଯୋଜନା

ଭୁବନେଶ୍ୱର : ତିନି ବର୍ଷ ମଧ୍ୟରେ ଆରଡ଼ିଏସଏସ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି  । ଏହି ଯୋଜନାର ପ୍ରକଳ୍ପ ମୂଲ୍ୟ ୬୨୮୪ କୋଟି ଟଙ୍କା ଥିବାବେଳେ ରାଜ୍ୟ ସରକାରଙ୍କ ଅଂଶ ୨୩୪୨ କୋଟି ଟଙ୍କା ରହିଛି  । ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନ ନିମନ୍ତେ ୪୨୮ କୋଟି, ବାତ୍ୟା ନିରୋଧୀ ଭିତିଭୂମି ପାଇଁ ୪୨୪୮ କୋଟି ତଥା ବିତରଣ ବ୍ୟବସ୍ଥାର ସୁଦୃଢ଼ୀକରଣ ସକାଶେ ୧୫୦୯ କୋଟିର ପ୍ରାବଧାନ ରହିଛି । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗୁଣାତ୍ମକ ତଥା ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ସହ ବିତରଣ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ । 

ଓଡ଼ିଶା ଅବକାରୀ ଅମଲା ସେବା ନିୟମ ୨୦୨୩ ପାଇଁ ଆସିଥିବା ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ଅବକାରୀ ଅମଲା କର୍ମଚାରୀଙ୍କ କ୍ୟାଡ଼ର ପରିଚାଳନାରେ ଉନ୍ନତି ଆସିପାରିବ  । ସେହିପରି ଅବକାରୀ ଉପନୀରିକ୍ଷକଙ୍କ ପାଇଁ ପ୍ରଚଳିତ ଓଡ଼ିଶା ଅଧିନସ୍ଥ ଅବକାରୀ ସେବା ନିୟମକୁ ବାତିଲ କରି ‘ଓଡ଼ିଶା ଅଧିନସ୍ଥ ଅବକାରୀ ସେବା’ ନିୟମ ୨୦୨୩ର ପ୍ରଚଳନ ପାଇଁ ଆସିଥିବା ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି  । ଗ୍ରାମ୍ୟ ନିର୍ମାଣ ସଂସ୍ଥାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କ ନିଯୁକ୍ତି ଓ ପଦୋନ୍ନତି ପରିଚାଳନା ପାଇଁ ଓଡ଼ିଶା ମିନିଷ୍ଟେରିଆଲ ସର୍ଭିସ ନିୟମ ୨୦୨୩ ପ୍ରଣୟନ କରାଯିବ । ଏସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି  ।