ରାଜ୍ୟରେ ଆଜିଠାରୁ ବଢିବ ବର୍ଷା ପରିମାଣ

ରାଜ୍ୟରେ ଆଜିଠାରୁ ବଢିବ ବର୍ଷା ପରିମାଣ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ । ରାଜ୍ୟରେ ଆଜିଠାରୁ ରାଜ୍ୟରେ ବଢିବ ବର୍ଷା ପରିମାଣ । ପଶ୍ଚିମ ଓଡିଶାର ୬ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏବର୍ଷ ମୌସୁମୀ ସ୍ୱାଭାବିକ ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ ।

ସୂଚନା ଥାଉକି, ଭାରତରେ ମୌସୁମୀ ସମଗ୍ର ଦେଶକୁ ଛୁଇଁଥିଲେ ମଧ୍ୟ ବହୁ ଭାଗରେ ନିଅଣ୍ଟିଆ ବର୍ଷା ପରିଲକ୍ଷିତ ହୋଇଛି । କିଛି ସ୍ଥାନରେ ୫୦ ପ୍ରତିଶତରୁ କମ ବର୍ଷା ମଧ୍ୟ ହୋଇଛି । ଓଡ଼ିଶାରେ ବୁଧବାର ସୁଦ୍ଧା ରିପୋର୍ଟ ଅନୁସାରେ ୩୧ ପ୍ରତିଶତ କମ ବର୍ଷା ହୋଇଛି । ତେଣୁ ଏଭଳି ସ୍ଥିତିରେ ଚାଷ କାର୍ୟ୍ୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହେଲାଣି ।