ବଡ଼ ଠାକୁରଙ୍କ ରଥ ବୈଶିଷ୍ଟ୍ୟ

ବଡ଼ ଠାକୁରଙ୍କ ରଥ ବୈଶିଷ୍ଟ୍ୟ

ବଡଠାକୁରଙ୍କ ରଥ :

ବଳଦେବ ରଥ ବା ତାଳଧ୍ୱଜ ରଥ ହେଉଛି ବଡ ଠାକୁରଙ୍କର । ଏହିଳ ରଥର ଉଚ୍ଚତା ୨୨ହାତ ଏବଂ ବର୍ଣ୍ଣ ନୀଳ । ସାଢେ ଆଠ ହାତ ପରିଧି ବିଶିଷ୍ଟ ୧୪ଟି ଚକ ଏଥିରେ ଲଗାଯାଇଥାଏ । ଏହି ରଥର ରକ୍ଷକ ହେଉଛନ୍ତି ଶେଷାବତାର । ସାରଥିଙ୍କୁ ସୁଦ୍ୟୁମ୍ନ କୁହାଯାଏ । ଏଥିରେ ଯୋଚିତ ୪ ଗୋଟି ଘୋଡାର ନାମ ହେଉଛି ସ୍ଥିରା, କୃତି ଓ ସିଦ୍ଧା । ଏହି ଘୋଡାମାନଙ୍କର ବର୍ଣ୍ଣ କଳା । ପାଶ୍ୱର୍ଦେବତା ଭାବରେ ବଡଠାକୁରଙ୍କ ରଥରେ ବାଇଶିରୁଜ ନୃସିଂହ, ଅନନ୍ତ ବାସୁଦେବ, ହଳଧର ଶ୍ରୀ ବଳଦେବ, ପ୍ରଳମ୍ବାରୀ,ନାଡାମ୍ବର,ଅଙ୍ଗଦ ସ୍କନ୍ଧାରୂଢ ଶ୍ରୀ ଲକ୍ଷ୍ମଣ, ଗଜାନ୍ତକ,ସ୍କନ୍ଦ,ନଟଗଣପତି ବିରାଜମାନ କରିଥାଆନ୍ତି । ବଳଭଦ୍ରଙ୍କ ରଥର ଦ୍ୱାରଦେଶରେ ରୁଦ୍ର, ସାତ୍ୟକି ଏବଂ ଅଷ୍ଟବସୁ ଅବସ୍ଥାନ କରନ୍ତି ।