ଆଫଗାନିସ୍ତାନର ଟ୍ୟାଙ୍କର ଉପରେ ପାକିସ୍ତାନର ମିସାଇଲ ଆକ୍ରମଣ |

ପ୍ରଥମେ ୬୦ ଘଣ୍ଟାର ଯୁଦ୍ଧ ବିରତି ପରେ ଏବେ ପୁଣି ଉଭୟ ଦେଶର ସେନାମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି । ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନର ୬ ଟି ପୋଷ୍ଟ ଓ ସେଠାରେ ନିୟୋଜିତ ଥିବା ଟ୍ୟାଙ୍କର, ଆଣ୍ଟି ଟ୍ୟାଙ୍କ ମିସାଇଲ ଏବଂ ଡ୍ରୋନକୁ ଟାର୍ଗେଟ୍ କରିଛି

ଆଫଗାନିସ୍ତାନର ଟ୍ୟାଙ୍କର ଉପରେ ପାକିସ୍ତାନର ମିସାଇଲ ଆକ୍ରମଣ |
ଆଫଗାନିସ୍ତାନର ଟ୍ୟାଙ୍କର ଉପରେ ପାକିସ୍ତାନର ମିସାଇଲ ଆକ୍ରମଣ |

 ଏବେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଜୋରଦାର ଲଢ଼େଇ ଜାରି ରହିଛି । ପ୍ରଥମେ ୬୦ ଘଣ୍ଟାର ଯୁଦ୍ଧ ବିରତି ପରେ ଏବେ ପୁଣି ଉଭୟ ଦେଶର ସେନାମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି । ପାକିସ୍ତାନ ସେନା ତରଫରୁ ଆଫଗାନିସ୍ତାନର ୬ ଟି ପୋଷ୍ଟ ଓ ସେଠାରେ ନିୟୋଜିତ ଥିବା ଟ୍ୟାଙ୍କର, ଆଣ୍ଟି ଟ୍ୟାଙ୍କ ମିସାଇଲ ଏବଂ ଡ୍ରୋନକୁ ଟାର୍ଗେଟ୍ କରିଛି । ସେପଟେ ଆଫଗାନିସ୍ତାନ ବି ପାକିସ୍ତାନର ଏକ ପୋଷ୍ଟ ଉପରେ ଡ୍ରୋନ ଆକ୍ରମଣ କରିଥିବାର ଭିଡ଼ିଓ ଜାରି କରିଛି । 

ଆଫଗାନିସ୍ତାନ ଉପରେ ପାକିସ୍ତାନର ପ୍ରଥମ ଆକ୍ରମଣ ଭାରତୀୟ ସମୟ ରାତି ୭ଟା ୪୭ ମିନିଟରେ କରାଯାଇଥିଲା । ଏହାପରେ ରାତି ୧୧ ଟାରେ ବି ପାକିସ୍ତାନ ସେନା ଆଫଗାନିସ୍ତାନ ପୋଷ୍ଟ ଉପରେ ଆକ୍ରମଣ କରିଥିଲା । ଏହାପରେ ପାକିସ୍ତାନ ସେନା ଡ୍ରୋନ ଆକ୍ରମଣ କରିବା ଆରମ୍ଭ କରିଥିଲା । ଏହାର ପ୍ରତିଉତ୍ତରରେ ଆଫଗାନ ସେନା ପାକିସ୍ତାନ ସେନା ଓ ଟ୍ୟାଙ୍କର ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଛି । 

ଆଫଗାନିସ୍ତାନ ଦ୍ୱାରା ଜାରି କରାଯାଇଥିବା ଭିଡ଼ିଓରେ ଦେଖିବାକୁ ମିଳିଛି କି, ଆଫଗାନିସ୍ତାନ ସେନାର ଗାଡ଼ିଗୁଡ଼ିକ ପାକିସ୍ତାର ସେନା ଆକ୍ରମଣର ଜବାବ ଦେବାକୁ ଖୋସ୍ତ ସ୍ଥିତ ଗୁଲାମ ଶାହ ସୀମା ଓ କନ୍ଦାହାର ଚମନ ସ୍ଥିତ ବୋଲଦକ ସୀମା ଆଡ଼େ ଗତି କରୁଛି  । ପାକିସ୍ତାନ ସେନାର ଆକ୍ରମଣ କ୍ରମରେ ରାଜଧାନୀ କାବୁଲ ଆକାଶରେ ଅଜ୍ଞାତ ଡ୍ରୋନ ଉଡ଼ୁଥିବାର ଦେଖିବାକୁ ମିଳିଛି । ଏବେ ଏବେ ମିଳିଥିବା ସୂଚନା ମୁତାବକ ଆଫଗାନିସ୍ତାନ ସେନା ଆଫଗାନିସ୍ତାନ-ପାକିସ୍ତାନ ସୀମା ସ୍ଥିତ ରିହାଇସ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘରଛାଡ଼ି ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦେଉଛି ।